ଆଜିର ଖବର..
୧-ଭୁବେନଶ୍ବର : ଶିକ୍ଷାନୁଷ୍ଠାନରେ ନାମଲେଖା ଉଦ୍ଦେଶ୍ୟରେ ଆବେଦନ ହୋଇଥିବା ବିବିଧ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ।
୨-SCB କଟକ:,ସବୁ ଆଉଟ୍ ଡୋର୍ ରେ ବିଭ୍ରାଟ, ଟିକେଟ ପାଇଁ ଭିଡ଼ ଲାଗୁଛି ରାତିରୁ।
୩-ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ, ଜୁନାଗଡ଼ରୁ ବ୍ରହ୍ମପୁର, ରାଉରକେଲାରୁ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ ସୁପାରିଶ।
୪-ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନରେ ମନମୋହିଲା ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ, ୧୧ ଦେଶର ପ୍ରତିନିଧିଙ୍କ ଆଗରେ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
୫-ଯାଜପୁର:ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ମହାଭାରତ, ବୋମାମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ, ୧୨ ଆହତ।
୬-ଥମୁନି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ; ପଟ୍ଟାମୁଣ୍ଡାଇରେ ଅଭିଯୋଗକାରୀଙ୍କୁ ପୋଲିସର ମାଡ଼।ଅବକାରୀ SIଙ୍କ ନାଁରେ ମାମଲା, ମୁଖ୍ୟାଳୟକୁ ବଦଳି।
୭-ରାଜନଗର, ବାଲିଚନ୍ଦ୍ରପୁର:୧୫ ମିନିଟ୍ ଧରି କୁମ୍ଭୀର ସହ ଲଢ଼େଇ; ମୃତ୍ୟୁ ମୁହଁରୁ ଫେରିଲେ କ୍ଷମାନିଧି, ୫୦ କ୍ଷତ ଚିହ୍ନ, ତଥାପି ବଞ୍ଚିଗଲା ଜୀବନ।
୮-କାମାକ୍ଷାନଗର:ବଜ୍ରପାତରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜଳିପୋଡି ପାଉଁଶ।
୯-ହାତ ଯୋଡ଼ିଲା, ଆଶୀର୍ବାଦ ନେଲା, ଶେଷରେ ହୁଣ୍ଡି ଭାଙ୍ଗି ଟଙ୍କା ନେଲା; ରାଉରକେଲା ମନ୍ଦିରରେ ଚୋରର ଅଜବ କାଣ୍ଡ CCTVରେ କଏଦ।
୧୦-ନବନିର୍ମିତ ତାଳବଣିଆ ଥାନା ଉଦଘାଟିତ୍ କଲେ ମୁଖ୍ୟମନ୍ତ୍ରୀ, ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଥାନା।
୧୧-ପୋଲିସ ଓ ଖଣି ଅଧିକାରୀଙ୍କ ଆଗରେ ବାଲି ମାଫିଆ; ଛକ ଛକରେ ଛକିଛନ୍ତି ମାଫିଆଙ୍କ ଏଜେଣ୍ଟ।ପୋଲିସ ରେଡ୍ ପାଇଁ ପହଞ୍ଚିବା ପୂର୍ବରୁ ବିଗୁଡୁଛି ଖେଳ।
୧୨-ବ୍ରହ୍ମପୁରରେ ଅପରାଧ ଦମନ ନେଇ କଠୋର ପୁଲିସ; ଏନକାଉଣ୍ଟର ପରେ ଏବେ ଲାଗୁ କରୁଛି NSA।
୧୩-ଦଳ ବଦଳିବା ପରେ ବଡ଼ ପୁରସ୍କାର; ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କଲା ବିଜେପି।
୧୪-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଦିନିକିଆ ସିରିଜରୁ ବାଦ୍ ପଡିଲେ ବିରାଟ କୋହଲି।
୧୫-ଆସନ୍ତାକାଲିଠୁ ନ୍ଯୁ ଚଣ୍ଡିଗଡରେ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ଟେଷ୍ଟ କ୍ରିକେଟ।
୧୬-କେରଳ ଛୁଇଁଲା ମୌସୁମୀ।ତିନିରୁ ଚାରି ଦିନ ମଧ୍ୟରେ ମୌସୁମୀ କର୍ଣ୍ଣାଟକ ଉପକୂଳ ଦେଇ ଗୋଆ ଆଡକୁ ଅଗ୍ରସର ହେବ।
୧୭-ଭାରତରେ ଖୋଲିଲା ଫ୍ଲେକ୍ସ ଫୁଏଲ E-85 ଇନ୍ଧନ ଫିଲିଂ ଷ୍ଟେସନ, ପ୍ରଥମ ପର୍ଯ୍ୟାୟରେ ହେବ ୧୦୦ଟି ଡିସ୍ପେନସିଂ ସେଣ୍ଟର।
୧୮-ଜୁଲାଇ ୫ରେ ପୁଣି ବିବାହ କରିବେ ଆମିର ଖାନ୍। ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବେ।
୧୯-କୋଲକାତା:ବିଦ୍ରୋହୀ ହୁମାୟୁନଙ୍କ ଭାବପ୍ରବଣ ଅଫର୍: ‘ମୋତେ ଦୁଃଖ ଲାଗୁଛି, ମୁଁ ମମତା ଦିଦିଙ୍କୁ ବିଧାନସଭା ଆସନ ଛାଡ଼ିଦେବି’।
୨୦-ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମାକୁ ହିଜବୋଲାର ପ୍ରାତ୍ୟାଖ୍ୟାନ, କହିଲା- ଆତ୍ମସମର୍ପଣ କରିବୁନି ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
