October 27, 2026

ବିଶ୍ବ ବାଇସାଇକେଲ ଦିବସ ପାଳିତ …

IMG-20230604-WA0026
Share

ବିଶ୍ବ ବାଇସାଇକେଲ ଦିବସ ପାଳିତ ……
ଅସ୍ତରଙ୍ଗ,, ବିଶ୍ବ ବାଇସାଇକେଲ ଦିବସ ପାଳନ ଅବସରରେ, ପୁରୀ ଜିଲ୍ଲା ସାଇକ୍ଲିଂ ଆସୋସିଏସନ୍ ତରଫରୁ ରାଉରକେଲା ସେକ୍ଟର ୧୩ ଦୁର୍ଗାପୂଜା ପଡିଆ ଠାରେ ବିଶ୍ବ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସବ୍ୟସାଚୀ ଦାସ ଙ୍କ ଆବାହକତ୍ବ ତଥା ଅତିଥି, କବି କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବ ଓ ମଂଚ ସଂଯୋଜନାରେ ଜାତୀୟ ସାଇକ୍ଲିଷ୍ଟ ଖେଳାଳୀ ସୁବାସ ଚନ୍ଦ୍ର ଦାସ,ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ, ଜାତୀୟ ମହିଳା କ୍ରିକେଟ ଖେଳାଳି ତଥା ରାଜ୍ୟ ଚୟନକାରୀ ସଦସ୍ୟା ସସ୍ମିତା ପଟ୍ଟନାୟକ ଓ ଜାତୀୟ ଆଥଲେଟିକ ବଳରାମ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଶ୍ବ ବାଇସାଇକେଲ ଦିବସ ପାଳନ ସଂପର୍କରେ ଆଲୋଚନା କରି କହିଲେ ଯେ, ସାଇକେଲ ମଣିଷ ଜୀବନରେ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାଇକେଲ ଚାଳନା ଦ୍ବାରା ଶାରିରୀକ ଓ ମାନସିକ ସୁସ୍ଥତା ସହ ପ୍ରଦୂଷଣରୁ ରକ୍ଷା ମିଳିଥାଏ । ସୂଚନା ଯୋଗ୍ୟ ଯେ ୨୦୧୮ ମସିହାର ଜୁନ ୩ ତାରିଖ ଦିନଠାରୁ ସାରାବିଶ୍ବରେ ବିଶ୍ବ ବାଇସାଇକେଲ ଦିବସ ପାଳିତ ହୋଇଆସୁଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ, ଆରଏସପିର ସହ ପ୍ରବନ୍ଧକ ଅଜୟ ପୂଜାରୀ, ଅଧ୍ୟାପକ ବସନ୍ତ କୁମାର ଦାସ,ସୁଶାନ୍ତ ଦାଶ, ସସ୍ମିତା ପ୍ରଧାନ ତଥା ସହରର ବିଭିନ୍ନ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ,ପ୍ରୟାସ,ଦହିମୁନିଟି ଫାଉଣ୍ଡେସନ, ଏକତା ଗୃପ, ମିରର ଫାଉଣ୍ଡେସନ,ଲେଡି ଲାୟନ ତରଫରୁ ଅଶୋକ ଦକ୍ଷିଣ ରାୟ, ବିଜୟ ସୁନ୍ଦରରାୟ, ପ୍ରତିମା ସାହୁ, ବନ୍ଦିତା ମହତୋ,ଗୌରୀ କୁମ୍ଭାର, କାମିନୀ ମହନ୍ତ, ଗ୍ରେସୀ ଡେଭିଡ,ଅମୂଲ୍ୟ ପାତ୍ର ପ୍ରମୁଖ ବକ୍ତବ୍ଯ ରଖିଥିଲେ । ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ କୋଚ ସୁଶୀଲ କୁମାର ଦାସ, ଅଲେଖ ବାରିକ, ଦେବଦତ୍ତ ଜେନା, ଲାଲା ସଂଜୟ ଦାସ, ପବିତ୍ର ଲେଙ୍କା,ଅରୁଣ ମହାପାତ୍ର, ଜନ୍ମଜୟ ରାଉତରାୟ, ପର୍ଶୁରାମ ଚୌଧୁରୀ, ସୁନନ୍ଦା ଦତ୍ତ, ପ୍ରତୀକ୍ଷା ପ୍ରଧାନ,ଆଲୋକ ପ୍ରଧାନ, ଅଞ୍ଜୁଶ୍ରୀ ଦାସ, ଶଶିଲତା କର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଖେଳାଳି ଯୋଗଦେଇଥିବା ବେଳେ ଶେଷରେ ମୁଖ୍ୟ ଆବାହକ ଶ୍ରୀଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed