May 19, 2024

ବିଜେପି ପ୍ରଚାର ଜୋରଦାର ଘର ଘର ବୁଲି ଭୋଟ୍ ଭିକ୍ଷା

Share

ଗୁଣୁପୁର,-ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲା ରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି । ଆଜି ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ସିରିଝୋଲି ଓ ଗୋଠଳପଦର ପଞ୍ଚାୟତ ରେ ନିର୍ବାଚନ ପ୍ରଚାର କରିଥିବା ସହ ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ଓ ଓଡିଶା ପ୍ରତି ମୋଦି ସରକାର ଙ୍କ ଅନୁଦାନ, ବିକାଶକୁ ଆହୁରି ଆଗକୁ ନେବାକୁ ହେଲେ ରାଜ୍ୟରେ ସରକାର ପରିବର୍ତ୍ତନ ଆବଶ୍ୟକ ବୋଲି ବୁଝାଇଥିଲେ । ୨୪ ବର୍ଷର ସ୍ଥାଣୁ ବିଜେଡ଼ି ସରକାର ଅଣ ଓଡିଆ ହାତରେ ରାଜ୍ୟକୁ ଟେକି ଦେଇ ସବୁ ବିକ୍ରି କରିସାରିଛି । ଓଡ଼ିଆ ଅସ୍ମିତା ଆଜି ସଙ୍କଟ ରେ । ବିଜେପି ସରକାର ଆସିଲେ ସବକା ସାଥ ସବକା ବିକାଶ ହୋଇ ପାରିବ ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି । ବିଜେପି ର ପୃଥିବୀ ରାଜୁ ପାଢ଼ୀ, ଦିଲୀପ ଦାସ, ଟିଙ୍କୁ ପଣ୍ଡା, ମୁଖି ଦିବାକର, ସାନ୍ତୁନ ପାଣିଗ୍ରାହୀ, ରତିକା ପାତ୍ର, ଭବାନୀ ଗୌଡ଼, ସନ୍ତୋଷ ଗମାଙ୍ଗ,ସୂରିଆ ରାଓ, ଗୌରୀ ଶଙ୍କର, ଭାର୍ଘଭ ଯୋଗ ଦେଇଥିଲେ ।(ସୁରେନ୍ଦ୍ର ମହାନ୍ତି )