May 19, 2024

ଉମେରକୋଟ ପୌର ପରିଷଦ ରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ….

Share

ଉମେରକୋଟ:-ଚଳିତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମଧ୍ୟ ରେ ଉଷ୍ମତା ମଧ୍ୟ ସେତେ ବଢ଼ିବାରେ ଲାଗିଛି l ଭୋଟର ମନକୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରାଣ ପଦେ ଲାଗି ପଡିଛନ୍ତି ନେତା ଗଣ l ନିଜ ପସନ୍ଦୀଦା ପ୍ରାର୍ଥୀ ଙ୍କ ପାଇଁ ଅହରହ ଭାବେ ଲାଗି ପଡି ଛନ୍ତି ଦଳୀୟ କାର୍ଯକର୍ତ୍ତା l ଆଜି ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ମିକ୍ସ ଫାର୍ମ ଠାରେ ଏକ ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲେ, ଏହି ପର୍ବ ରେ ଉମେରକୋଟ ର ପୌର ପରିଷଦ ର କଂଗ୍ରେସ ଓ ବିଜେପି ଦଳ ର ଶତାଧିକ କର୍ମକର୍ତା ମୁଖ୍ୟମନ୍ତ୍ରୀ ଙ୍କ ନୀତିଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡି ଦଳ ରେ ଯୋଗଦାନ କରିଛନ୍ତି ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏବଂ ବିଧାୟିକା ପ୍ରାର୍ଥୀ ନବୀନା ନାୟକ ଙ୍କୁ ବହୁ ମତ ରେ ବିଜୟୀ ମୁକୁଟ ପିନ୍ଧାଇ ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l ଏହି ବୌଠକରେ ମୁଖ୍ୟଅତିଥି ଭାବେ କୋଟପାଡ଼ ବିଧାୟିକା ତଥା ରାଜ୍ୟ ସରକାରଙ୍କ ପୂର୍ବତନ ହସ୍ତଶିଳ୍ପମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆଁଲ , ଆମ ଓଡ଼ିଶା ନବୀନ ଓଡ଼ିଶା ମହିଳା ନେତ୍ରୀ ଶ୍ରୀମତୀ ମଞ୍ଜୁଳା ମାଝୀ , ଉମରକୋଟ ପୂର୍ବତନ ବିଧାୟକ ଶ୍ରୀ ସୁବାସ ଗଣ୍ଡ , ଉମରକୋଟ ବିଧାୟିକା ପାର୍ଥିନି ଶ୍ରୀମତୀ ନବିନା ନାୟକ , ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା , ବରିଷ୍ଟ ନେତା ଶ୍ରୀ ଝଡେଶ୍ଵର ମହାନ୍ତି , ବରିଷ୍ଟ ନେତା ଶ୍ରୀ ଭି ବୁଜି , ବରିଷ୍ଟ ବିଜୁ ଜନତା ଦଳର ନେତା ଶ୍ରୀ ତପନ ଦେବନାଥ , ବ୍ଲକ୍ ସଭାପତି ମନୋଜ କୁମାର ଧଳ , ଉମରକୋଟ ସହର ସଭାପତି କୈଳାଶ ନାୟକ , ଯୁବ ଉମରକୋଟ ସଭାପତି ମନୋଜ କୁମାର ନାୟକ , ସୀମା ବିଶୋଇ , ବନ ଭାଇ , କାଳିଆ ଭାଇ , ହିମାଂଶୁ ଭାଇ , ଯୁବନେତା ଚନ୍ଦନ ବେହେରା , ଜଗା ଭାଇ ଜିତୁ ଭାଇ ଏବଂ ବିଜୁ ଜନତା ଦଳର ନେତୃବୃନ୍ଦ ଏବଂ କର୍ମକର୍ତା ଉପସ୍ଥିତ ରହିଥିଲେ।(ଏମ.ଦିନା°ଶୁ ଆଚାରୀ)