June 18, 2026

 ସ୍କାଉଟ ଓ ଗାଇଡ଼ ଶାଖା ତରଫରୁ ଜଳ ସେବା ଶିବିର ଉଦଘାଟିତ…

bhulll0
Share

 

ବେଲଗୁଣ୍ଠା, ୦୫/୦୪, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍କାଉଟ ଓ ଗାଇଡ଼ ଶାଖା ତରଫରୁ ” ଜଳ ସେବା ଶିବିର” କୁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ରୋଭର ଲିଡର ପି ଦୀପକ ରାଓଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମସ୍ତ ସ୍କାଉଟ ଓ ଗାଇଡ଼ ସ୍ଵେଚ୍ଛାସେବୀ ଗ୍ରୀଷ୍ମ ପ୍ରବାହ ସମୟରେ ବାଟୋଇମାନଙ୍କୁ ଦହି ପଣା ବଣ୍ଟନ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ଦୁଇଟି ସ୍ଥାନରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ସ୍ଵେଚ୍ଛାସେବୀଙ୍କ ଉପସ୍ଥିତରେ ଉକ୍ତ ଜଳ ସେବା ଶିବିର ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ଦୀପୁ ଭୂୟାଁ, ଗଙ୍ଗାଧର ରଣା, ତ୍ରିନାଥ ବେହେରା, ପ୍ରଦୀପ ଦିଗାଲ, ସୌମେନ୍ଦୁ ପଣ୍ଡା, ଗାଙ୍ଗୁଲି ପାଲଟାସିଂ, ଭାରତୀ ବିଶ୍ୱାଳ, ଜୟଶ୍ରୀ ସେଠି, ସ୍ୱରୂପା ରାଣୀ ବିଶ୍ୱାଳ, ରାମ ଚନ୍ଦ୍ର ନାୟକ, ସିମାଞ୍ଚଳ ବିଶ୍ୱାଳ, ବୁଦ୍ଧିରାମ ବିଶ୍ୱାଳ, ରମେଶ ବିଷୋୟୀ, ବଳରାମ ଗୌଡ଼, ପଦ୍ମ ଚରଣ ନାୟକ, ସନ୍ତୋଷ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଜଳ ସେବା ଶିବିର ପରିଚାଳନାରେ ସହଯୋଗ କରିଥିଲେ I

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)

You may have missed