ଗ୍ରାମ ତରଙ୍ଗ ଫୁଡ଼ସ ଟେଷ୍ଟିଙ୍ଗ ଲେବୋର ଟୋରିଜ ପ୍ରାଇଭେଟ ଲିମିଟେଡ଼ର ଉଦଘାଟନ ଉତ୍ସବ
ପାରଳାଖେମୁଣ୍ଡି:୫/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଆର ସୀତାପୁର ଗ୍ରାମ ନିକଟସ୍ଥ ସେଞ୍ଚୁ ରିୟାନ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଏକ ଉଦଘାଟନି ସଭାର ଆୟୋଜନ କରା ଯାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବ୍ଳକ ଅଧ୍ୟକ୍ଷ ଏନ ବୀର ରାଜୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର,ଅଧ୍ୟାପକ ଡକ୍ଟର ସୁବା ରାଓ, ଅଧ୍ୟାପିକା ଡକ୍ଟର ପ୍ରିଥା ଭଦ୍ରା ପ୍ରମୁଖ ମଞ୍ଚା ସିନ ଥିଲେ।ଡିନ୍ (ପ୍ରଶାସନ) ଡକ୍ଟର ଏସ ପି ନନ୍ଦ, ନିର୍ଦ୍ଦେଶକ (ପ୍ରଶାସନ) ଡକ୍ଟର ଦୁର୍ଗା ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଶଙ୍କର ଜାତୀୟ ଶସ୍ୟ ଉତ୍ପାଦନ ସମ୍ପର୍କରେ ସମ୍ବୋଧନ କରିଥିଲେ।ରେଜିଷ୍ଟର ଡକ୍ଟର ଅନିତା ପାତ୍ର ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହ ଶଙ୍କର ଜାତୀୟ ଫସଲ ଉତ୍ପାଦନ ଏବଂ ଖାଦ୍ୟ ପରୀକ୍ଷଣ ପ୍ରୟୋଗ ଶାଳାରେ ସଂପୃକ୍ତ ସମସ୍ତ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ଡକ୍ଟର ପ୍ରିଥା ଭଦ୍ରା ଗ୍ରାମ ତରଙ୍ଗ ଫୁଡ଼ ଟେଷ୍ଟିଙ୍ଗ ଲେବ୍ରୋରୋଟେରିଜ ପ୍ରାଇଭେଟ ଲିମିଟେଡ଼ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ।ଏହା ପୂର୍ବ ଭାରତରେ ପ୍ରଥମ ଫୁଡ଼ ଟେଷ୍ଟିଙ୍ଗ ଲାବ୍ରୋରୋଟେରୀ ଯାହା ବିଭିନ୍ନ ଖାଦ୍ୟ ପଦାର୍ଥ ସମେତ ଗୋ ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟର ପରୀକ୍ଷଣରେ ସହାୟକ ହେବ।