April 27, 2026

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ବିରୁଦ୍ଧରେ ଜୟଦେବ ଜେନାଙ୍କ ପ୍ରେସ୍ ମିଟ୍

IMG-20230405-WA0059
Share

 

 

 

୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଦିଆଯାଇଛି। ଯାହା ପରେ ଦେଶରେ ଏକ ଭୟଙ୍କର ରାଜନୈତିକ ମହାଭାରତ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଏହାକୁ ବିରୋଧ କରି କଂଗ୍ରେସ ର ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରସ ନେତା ଜୟଦେବ ଜେନା କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅନ୍ତର୍ଗତ ଶଙ୍ଖଣା ସ୍ଥିତ ନିଜ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଉକ୍ତ ଘଟଣା କୁ ନିନ୍ଦା କରିବା ସହ କେନ୍ଦ୍ର ସରକାର ଦେଶରେ ଅରାଜକତା ସୃଷ୍ଟି କରି ବିଶ୍ବର ସର୍ବ ବୃହତ ଗଣତନ୍ତ୍ରକୁ ହତ୍ୟା କରିଥିବା କଥା କହିଛନ୍ତି । ବିଜେପି ଦେଶରେ ଏକଛତ୍ରବାଦୀ ସରକାର ଚାହୁଁଛି । ଦେଶର ସମ୍ପତ୍ତିକୁ ଲୁଟ୍‌ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ହଟାଯାଇଛି । ଭାରତ ଯୋଡ ଯାତ୍ରା ରେ ଦେଶର ବିଭିନ୍ନ ଅଞ୍ଚଳରୁ ରାହୁଲଙ୍କ ପ୍ରତି ସର୍ବସାଧାରଣଙ୍କ ଅସ୍ଥା ବଢିଥିବା ହେତୁ ଏବଂ ବିଗତ ଦିନରେ ସଂସଦ ଭିତରେ ‘ମୋଦାନୀ’ ବିଷୟରେ ବିଭିନ୍ନ ତଥ୍ୟ ଭିତ୍ତିକ ପ୍ରସଙ୍ଗ ଉଠାଇଥିବାରୁ କେନ୍ଦ୍ରର ମୋଦି ସରକାର ଭୟଭୀତ ହୋଇ ଏଭଳି ଘୃଣ୍ୟ ଚକ୍ରାନ୍ତ କରିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।