୯ମ ଦିନ ସକାଳେ ଧାରଣା ସ୍ଥଗିତ ଘୋଷଣା ପ୍ରତିଶ୍ରୁତି ରେ ଖିଲାପ ହେଲେ ଦୁର୍ବାର ଆନ୍ଦୋଳନ ଗଢ଼ି ତୋଳିବାକୁ ଚେତାବନୀ…
ଆନ୍ଦୋଳନ ର ବିଜୟ
୮ମ ଦିନ ଧାରଣାରେ ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି
ଭଞ୍ଜନଗର, ତା୦୫/୦୩. ଗାଁକୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ର ସର୍ବନିମ୍ନ ମୌଳିକ ସୁବିଧା ଦାବୀରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା(ଏ.ଆଇ.କେ.କେ.ଏସ୍) ଏବଂ ଆଦିବାସୀ ଭାରତ ମହାସଭା( ଏ.ବି.ଏମ୍) ନେତୃତ୍ୱରେ ଗତ ୨୬ ଫେବୃଆରୀ ୨୦୨୪ ଠାରୁ ଆରମ୍ଭ ହୋଇଥିବା ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ ଆଦିବାସୀ ଗ୍ରାମବାସୀଙ୍କ ଅହାରାତ୍ର ଗଣଧାରଣାର ୮ମ ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ପାଇବା ପରେ ଧାରଣାକୁ ସ୍ଥଗିତ ରଖିବା ପାଇଁ ୯ମ ଦିନ ଧାରଣାରେ ଏକ ବିସ୍ତାରିତ ବୈଠକରେ ସମୀକ୍ଷା ସହ ନିଷ୍ପତି ହୋଇଛି । ରାସ୍ତା ଓ କୋଠାବାଡି ବିଭାଗ ୨ ମାସ, ପାନୀୟ ଜଳ ୧୫ ଦିନ, ବିଦ୍ୟୁତକରଣ ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାର ପ୍ରତିଶୃତି ସହ ଧାରଣାରୁ ନିବୃତ୍ତ ରହିବା ପାଇଁ ଅନୁରୋଧ ଜଣାଇଥିବାରୁ ଧାରଣା ସ୍ଥଗିତ କରାଯାଇଛି । ପ୍ରତିଶୃତିରେ ବ୍ୟତିକ୍ରମ ହୁଏ ତେବେ ଦୁର୍ବାର ଆନ୍ଦୋଳନ ଗଢ଼ିତୋଳିବାକୁ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଆଦିବାସୀ ଭାରତ ମହାସଭା ର ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ, ଲଢ଼ୁଆ ମହିଳା ଆଦିବାସୀ ନେତ୍ରୀ ମଞ୍ଜରୀ ଜାନି, ଭାଗ୍ୟଲତା ଜାନି, ସନାତନ ଜାନି, ପ୍ରଭାତ ଜାନି, ଗିତା ମଲ୍ଲିକ ଆଦି ଚେତାବନୀ ଦେଇଛନ୍ତି । ସ୍ୱାଧୀନତାର ୭୬ ବର୍ଷପରେ ମୌଳିକ ସୁବିଧା ହାସଲ ପାଇ ସଂକଳ୍ପ ହୋଇ ଆସିଥିବା ଆଦିବାସୀ ଏକତାର ବିଜୟ ହୋଇଛି । ଆଠ ରାତି, ଆଠ ଦିନ ଖରା, ବର୍ଷା, ଶୀତ କାକରରେ ପଢି ରହି ଖନ୍ଧା ଖୋଳି ହଣ୍ଡା ଲଗାଇ ବହୁ କଷ୍ଟ ସ୍ଵିକାର କରି ଏହି ବିଜୟ ପାଇଥିବା ମାଟିର ମଣିଷ ସରଳ ଆଦିବାସୀ ଭାଇ ଭଉଣୀ ଓ କୁନି କୁନି ଛୁଆଙ୍କ ତ୍ୟାଗ ଓ ସଂଘର୍ଷକୁ ଅଖୁଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ନେତା ଶଙ୍କର ଇନକିଲାବ ବୈପ୍ଲବିକ ଅଭିନନ୍ଦନ ଜଣାଇଥିଲେ ।
ଏହି ଆନ୍ଦୋଳନକୁ ସଂହତି ଓ ସମର୍ଥନ ଜଣାଇ ସାମିଲ ହୋଇଥିବା ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ର ରାଜ୍ୟ ସମ୍ପାଦିକା ପ୍ରମିଳା, ବସ୍ତି ସୁରକ୍ଷା ମଞ୍ଜୁର ସଭାନେତ୍ରୀ ହେନା ବାରିକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ବ୍ରହ୍ମପୁର ଓକିଲ ସଂଘ ର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବି ଭଗବାନ ସାହୁ, ବିଶିଷ୍ଟ ଲେଖିକା ବିଦ୍ୟୁପ୍ରଭା ରଥ, ଭଞ୍ଜନଗର ଓକିଲ ସଂଘର ସଭାପତି ଅଭିମନ୍ୟୁ ଗୌଡ, ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ର ରାଜ୍ୟ ସଭାପତି ବିଚିତ୍ର ପାତ୍ର, ବିପ୍ଲବୀ ସାଂସ୍କୃତିକ ମଞ୍ଚ (ଆର.ସି.ଏଫ୍)ର ଶୋଭା ପାତ୍ର, ଅଖୁଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ଜିଲ୍ଲା ସମ୍ପାଦିକା ପେଦିନୀ ପାର୍ବତୀ, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ଓଡିଶା ମନରେଗା ଶ୍ରମିକ ୟୁନିଅନ ର ଶାନ୍ତି ନାୟକ, ଯଶୋଦା ନାୟକ, ଜାତୀୟ କଂଗ୍ରେସ ଦଳର ନେତା କେନ୍ଦ୍ରୀୟ ନେତା ବିଷ୍ଣୁମୟୀ ମହାପାତ୍ର, ପ୍ରଶାନ୍ତ କୁମାର ବିଷୋୟୀ, ଦେବୀ ବିଷୋୟୀ, ଘୁମୁସର ଜିଲ୍ଲା ଆନ୍ଦୋଜନର ନେତା ତଥା ରୟତ ଆନ୍ଦୋଳନ ର ବିପ୍ଳବୀ ନେତା ତଥା ଦରିଷ୍ଠ ଆଇନଜୀବି ସୋମନାଥ ନାୟକ, ଚାଷି ମୂଳିଆ ସଂଘର ନେତା ନିରାକାର ନାୟକ, ଅଖିଳ ଭାରତ କୃଷକ ସଭା ନେତା ବିପ୍ର ଚରଣ ନାୟକ, ଯୁବ ନେତା ମୂରଲୀଧର ପଣ୍ଡା, ଦଳିତ ନେତା ମାଟିଆ ନାୟକ, ବରିଷ୍ଠ ଆଇନଜୀବି ଦଣ୍ଡପାଣି ସ୍ୱାଇଁ, ବିରେନ୍ଦ୍ର ଗୌଡ ଙ୍କ ସମେତ ଭଞ୍ଜନଗର ସହରର ଅନେକ ବୁଦ୍ଦିଜୀବି ଓ ଚେଚନଶୀଳ ମଣିଷଙ୍କ ଅକୁଣ୍ଠ ଚିତ୍ରର ସାହାଯ୍ୟକୁ ଚକରା ବିଷୋୟୀ ଦାୟଦମାନେ ସର୍ବଦା ମନେ ରଖିବେ ଏବଂ ସେମାନଙ୍କୁ ଆଦିବାସୀ ସମାଜ ପକ୍ଷରୁ ମଞ୍ଜରୀ ଜାନି ଧନ୍ୟବାଦ ପ୍ରଦାନ କରିଥିଲେ । ଏହା ସହ ଆନ୍ଦୋଳନକୁ ଦିନ ରାତି ସହଯୋଗ କରି ପ୍ରଚାର ଓ ପ୍ରସାରିତ କରିଥିବା ଭଞ୍ଜନଗର ପ୍ରେସ କ୍ଲବ ଏବଂ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ସହଯୋଗ ଉଲ୍ଲେଖଯୋଗ୍ୟ ବୋଲି ଆଦିବାସୀ ଭାରତ ମହାସଭା ର ନେତା ଟୁନା ମଲ୍ଲିକ ପ୍ରକାଶ କରିଥିଲେ ।