September 23, 2026

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ବିଜେପି ଦଳୀୟ କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ….

modi
Share

 

ପାରଳାଖେମୁଣ୍ଡି::ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ଏରଦେଲା ସାହି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ. ନାରାୟଣ ରାଓ ଙ୍କ ନେତୃତ୍ଵ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଜନାଭିମୁଖି କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ପାରଳାଖେମୁଣ୍ଡି ସହର ବିଭିନ୍ନ ୱାର୍ଡ ରୁ ପ୍ରାୟ 30 ଜଣ ଯୁବକ ବିଭିନ୍ନ ଦଳରୁ ଆସି ବିଜେପି ଦଳରେ ଯୋଗ ଦେଇଛନ୍ତି। ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ ଙ୍କ ସହ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର ଙ୍କ ଉପସ୍ଥିତି ରେ ମୁଖଲିଙ୍ଗ ପାଟିକା ଦାମୋଦର ପାଲକା, ମହେନ୍ଦ୍ର ପାଟିକା, ଜିତେନ୍ କୁମାର, ଗୋବିନ୍ଦ ମହାଙ୍କୁଡ଼, ସୁରେଶ ପାଢ଼ୀ ପ୍ରମୁଖ ଦଳରେ ସାମିଲ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ମୋର୍ଚ୍ଚା ନଗର ସଭାପତି ଦିବାକର, ଉପ ସଭାପତି ଯାକେଶ ଶ୍ରୀରାମ, ସାଧାରଣ ସମ୍ପାଦକ ରାଜୀବ ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ବିଧାୟକ ସ୍ବାଗତ ଜଣାଇଥିଲେ। ସେହିପରି ଦଳରେ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସନ୍ତୋଷ ଜେନା ଓ ଆକାଶ ପରିଡ଼ାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସଭାପତି ନିଲମ୍ବିତ କରିଥିବା ଏକ ସାମ୍ବାଦିକ ବିବରଣୀରେ ଦଳ ପକ୍ଷରୁ ଜଣାଯାଇଛି।(ଗରୁଡ଼ ଧ୍ଵଜ ଚୌଧୁରୀ)