March 11, 2026

ବୁଗୁଡ଼ାରେ ପଞ୍ଚାୟତିରାଜ ଦିବସ ପାଳିତ

uihyioyo
Share

ବୁଗୁଡ଼ା : ତା ୦୫/୦୩/୨୩ : ସ୍ଥାନୀୟ ପଞ୍ଚାୟତ ସମିତି ପକ୍ଷରୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ବିଡିଓ ବାସୁଦେବ ନାୟକ ପ୍ରମୁଖ ଯୋଗ ଦେଇ ପଞ୍ଚାୟତ ରାଜ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ପଞ୍ଚାୟତ ଶାସନ ବ୍ଯବସ୍ଥାର ଗୁରୁତ୍ତ୍ୱ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ସ୍ବଚ୍ଛ ଭାରତ ମିଶନ ଯୋଜନା ପରିପ୍ରେକ୍ଷୀରେ ଦୃଷ୍ଟାନ୍ତମୂଳକ ସ୍ବଚ୍ଛତା ରକ୍ଷା ପାଇଁ ଏବଂ ସର୍ବାଧିକ ନିଜସ୍ବ ଆୟ ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ପୃଥକ୍ ଭାବେ ଦୁଇଟି ପୁରସ୍କାର ବାଲିପଦର ପଞ୍ଚାୟତକୁ ପ୍ରଦାନ କରିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ପାଇଁ ଭଗବାନପୁର ପଞ୍ଚାୟତକୁ ପୁରସ୍କୃତ ସହ ଆଶ୍ରମ କରଡ଼ାବାଡ଼ି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରପ୍ରାପ୍ତ ଜିପିଓ ମନୋଜ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଜାସୀନ କେ.ନୀଳମାଧବ ଆଚାରୀଙ୍କ ସମେତ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ , ସରପଞ୍ଚ, ସମିତି ସଭ୍ୟ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

You may have missed