March 11, 2026

ସଫି ଆଜମ ହେଲେ ନୂତନ ବ୍ଲକ କଂଗ୍ରେସ ସଭାପତି 

IMG-20260205-WA0120
Share

ତିର୍ତ୍ତୋଲ ,

ଯୁବ ନେତୃତ୍ୱ ଦ୍ୱାରା ନୂତନ ଆଶା ସଂଚାର କରିବା ସହିତ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦେଉଛି ଜାତୀୟ କଂଗ୍ରେସ | ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ଦେବ ପ୍ରସାଦ ନାୟକ ଅବସ୍ଥାପିତ ହେବା ପରେ ଜିଲ୍ଲା କଂଗ୍ରେସ ଏକ ନୂଆ ଉଦ୍ଦୀପନା ସହିତ ଆଗକୁ ବଢୁ ଥିବା ଦେଖିବାକୁ ମିଳୁଛି | ତୃଣମୂଳ ସ୍ଥରରେ କଂଗ୍ରେସ କୁ ମଜଭୁତ କରିବା ଉଦ୍ଦେସ୍ୟରେ ତିର୍ତ୍ତୋଲ ବ୍ଲକ୍ କଂଗ୍ରେସ ଦଳ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସଫି ଆଜାମ୍, ଯିଏକି ବର୍ତ୍ତମାନର ମୁଳିସିଂହ ସରପଞ୍ଚ ସହିତ ତିର୍ତ୍ତୋଲ ବ୍ଲକ୍ ସରପଞ୍ଚ ସଂଘ ର ସଭାପତି ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ମଧ୍ୟ ଥିଲେ।

ସଙ୍ଗଠନ ସୁଜନ ମାଧ୍ୟମରେ ଭୋଟିଂ କରାଯାଇଥିଲା । ଏଥିରେ ସାଫି ଆଜମ ଙ୍କୁ ପିସିସି ସଭାପତି ତିର୍ତ୍ତୋଲ ବ୍ଲକ୍ କଂଗ୍ରେସ ଦଳ ସଭାପତି ଭାବେ ଚୟନ କରିଥିଲେ। ଯୁବକ ମାନଙ୍କର ପ୍ରିୟ ସାଫି ଙ୍କୁ ବ୍ଲକ ସଭାପତି ଭାବେ ଚୟନ କରାଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି | ଗତକାଲି ଗୋପାଳପୁର କଂଗ୍ରେସ ଦଳ ତରଫରୁ କୀର୍ତ୍ତନପୁର ଗ୍ରାମରେ ନୂତନ କଂଗ୍ରେସ ଦଳ ବ୍ଲକ ସଭାପତି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଗାମୀ ଦିନରେ ସମଗ୍ର ବ୍ଲକ ରେ ସାଫି ଙ୍କ ନେତୃତ୍ୱରେ କଂଗ୍ରେସ ତାର ପୂର୍ବ ଗାରିମା ବଜାୟ ରଖିବ ବୋଲି ପୁରାତନ କଂଗ୍ରେସ କର୍ମୀ ମାନେ ମତ ପୋଷଣ କରିଛନ୍ତି |ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର