August 25, 2026

କମ୍ୟୁନିଷ୍ଟ ନେତାଙ୍କୁ କାମରାଜୂ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି

IMG-20230205-WA0008
Share

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ପାଳିବାନ୍ଧ ପଞ୍ଚାୟତ ନୀଳାଦ୍ରି ପୁର ଗ୍ରାମରେ ପିଲାଟି ଦିନରୁ ପଞ୍ଚାୟତ ଲୋକଙ୍କ ସେବା କରିବା ମନଭାବ ରଖିଥିଲେ ବଡ ହୋଇ ଲୋକଙ୍କ ବାର୍ଦ୍ଧକ୍ୟ ଭତା, ବିଧବା ଭତା , ଗରିବ ଙ୍କ ପାଇଁ ସରାକର ସହିତ ଲଢେଇ କରିବା,1985 ମସିହାରେ ହୋଇଥିବା ଲବଣ ଶ୍ରମିକ ଆନ୍ଦୋଳନର କର୍ଣଧାର ତଥା ଗରିବ ଜନସାଧାରଣଙ୍କ ନିସର୍ତ୍ତ ସେବା କରି ଆସିଥିବା କମ୍ୟୁନିଷ୍ଟ ପାର୍ଟିର ସାଥୀ କାମରାଜୂ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା l ରବିବାର ସ୍ବର୍ଗତ ସାଥୀ କାମରାଜୂଙ୍କ ଦ୍ୱାଦଶ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ନୀଳାଦ୍ରି ପୁର ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ପୂର୍ବତନ ସରପଞ୍ଚ ତଥା ସିପିଆଇଏମ ଗଞ୍ଜାମ ବ୍ଲକ ଆଞ୍ଚଳିକ କମିଟି ସମ୍ପାଦକ ସାଥୀ ଦିଲ୍ଲୀପ କୁମାର ଛୋଟରାୟ ସଭାପତିତ୍ୱ କରିଥିଲେ l ସିପିଆଇଏମ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା କୃଷକ ନେତା ପି ହରେକୃଷ୍ଣ ରେଡି, ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା,ସିପିଏମ ବରିଷ୍ଠନେତା କୈଳାଶ ଷଢଙ୍ଗୀ କ୍ଷେତ ମଜଦୁର ରାଜ୍ୟ ସମ୍ପାଦକ ବିଦ୍ୟାଧର ଜେନା ବ୍ଲକ ଶାଖା ସଦସ୍ୟ ବିରଞ୍ଚି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l କାମରାଜୂ ଜଣେ ଦଳ ସଂଗଠନରେ ପ୍ରମୁଖ ବ୍ୟକ୍ତି ଥିଲେ ସେ ସବୁବେଳେ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସାର୍ଗିକୃତ କରିଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ସଭା ପୂର୍ବରୁ ସ୍ବର୍ଗତ କାମରାଜୂଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶ୍ରୁତି ଚରଣ କରାଯାଇଥିଲା l