June 21, 2026

ପୁରୀରେ ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ସକାଳୁ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ ..

IMG-20241204-WA0006
Share

ପୋଲିସ ସୂତ୍ରରୁ ପ୍ରକାଶ ଯେ ଟାଉନ୍ ଥାନା ଅନ୍ତର୍ଗତ ନରେନ୍ଦ୍ର କୋଣ ବିଶ୍ୱେଶ୍ୱରି ମନ୍ଦିର ନିକଟ ଶ୍ରିସେତୁ ତଳେ ଖଣ୍ଡିଆବନ୍ଧ ର ସୁଦର୍ଶନ ସାହୁ ଙ୍କୁ କେହି ଦୃର୍ବୁତ୍ତ ବିଳମ୍ବିତ ରାତ୍ରୀରେ ହତ୍ୟା କରିଥିବା ସୂଚନା ମିଳିଛି ।ସୁଦର୍ଶନ ମାର୍କେଟ ଛକ ନିକଟରେ ଗୋଟିଏ ଉଠା ଜଳଖିଆ ଦୋକାନ କରିଥିଲେ ।ଗତ କାଲି ରାତିରେରେ ସୁଦର୍ଶନ ଦୋକାନ ରୁ ଫେରି ଆଉ ଘରକୁ ଯାଇନଥିଲେ ।ସକାଳୁ ସୁଦର୍ଶନ ଙ୍କ ମୃତ ଦେହ ଶ୍ରିସେତୁ ତଳେ ପଡିଥିବାର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେପରେ ମୃତ ଶରୀରକୁ ବ୍ୟବଚ୍ଛେଦପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ l ଏଠାରେ ଆମେ କହିବାକୁ ଚାହୁଁଛୁ କି ଆଜି ନୌସେନା ଦିବସ ଉପଲକ୍ଷେ ମହାମହିମ ରାଷ୍ଟ୍ରପତିଙ୍କ ଆଗମାନ ପାଇଁ ପୁରୀ ଚଳଚଞ୍ଚଳ ଥିବାବେଳେ ସକାଳୁ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ l ଏହି ନରେନ୍ଦ୍ର ପୁଷ୍କରିଣୀ ବିଶେଶ୍ୱରୀ ମନ୍ଦିର ନିକଟରେ ଦେଶିମଦ ବିକ୍ରି ସହିତ ସନ୍ଧ୍ୟା ହେଲେ ମାଡୁଆଙ୍କ ପ୍ରାଦୁର୍ଭାବ ଦ୍ୱାରା ସାଧାରଣ ଜନତା ଏହି ରାସ୍ତାଦେଇ ଯିବାଆସିବା କରିବା ପାଇଁ ଠିକ ମଣୁ ନାହାନ୍ତି l ତେଣୁ ପ୍ରଶାସନ ଏଥିପ୍ରତି ଧ୍ୟାନଦେବା ସହିତ ଏହି ଶ୍ରୀସେତୁ ତଳେ ପ୍ରଶାସନ ପକ୍ଷରୁ ତଦାରଖ କରିବାପାଇଁ ଜଣେ ପୋଲିସଙ୍କୁ ମୁତୟନ କରିବା ଦରକାର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l