June 21, 2026

ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ:) ଭାବେ ଦାୟିତ୍ଵ ନେଲେ ଡ଼ାଃ ମହମ୍ମଦ ମୁବାରକା ଅଲ୍ଲୀ ।

IMG-20241104-WA0019
Share

 

ଗଜପତି ଜିଲ୍ଲାର ନୂତନ ସିଡିଏମଓ: ତଥା ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବେ ଡ଼ାଃ ମହମ୍ମଦ ମୁବାରକ ଅଲ୍ଲୀ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ଡ଼ାଃ ଅଲ୍ଲୀ କହିଛନ୍ତି ଯେ , ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସାମଗ୍ରିକ ବିକାଶ , ରହିଥିବା ସମସ୍ୟାର ସମାଧାନ ଏବଂ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ଗୁଡିକର ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ଅଧିକ ଗୁରୁତ୍ଵ ଦେବି ବୋଲି କହିଛନ୍ତି ଡ଼ାଃ ଅଲ୍ଲୀ ।

ଏଥି ପୂର୍ବରୁ ଡ଼ାଃ ଅଲ୍ଲୀ ଏହି ଗଜପତି ଜିଲ୍ଲାର ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମଓ:) ଭାବେ ଅସ୍ଥାୟୀ ଭାବେ ତୁଲାଇ ଆସୁଥିଲେ ଏବଂ ସେ ତା ପୂର୍ବରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହି ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଆସିଛନ୍ତି ଏବଂ ସେ ଡାକ୍ତର ଅଲ୍ଲୀ ଭାବେ ସମସ୍ତଙ୍କ ଠାରେ ପରିଚିତ ଓ ଜଣାଶୁଣା ।

ଡ଼ାଃ ଅଲ୍ଲୀ ଜଣେ କର୍ମଠ , ଅଭିଜ୍ଞ , ମେଲାପି , ଧିରସ୍ଥିର ଓ ଶାନ୍ତି ସ୍ୱଭାବର ବ୍ୟକ୍ତିଟିଏ । ସେ ନୂତନ ଭାବେ ଗଜପତି ଜିଲ୍ଲାର ସିଡିଏମଓ: ଦାୟିତ୍ବ ଗ୍ରହଣ କରିବା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସିଡିଏମଓ: କାର୍ଯ୍ୟାଳୟର ସମସ୍ତ ଡାକ୍ତର , ଅଧିକାରୀ ଓ କର୍ମଚାରୀ ଡ଼ାଃ ଅଲ୍ଲୀଙ୍କୁ ଭବ୍ୟ ସ୍ଵାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।

ଏମାନଙ୍କ ମଧ୍ୟରେ ଡ଼ାଃ ଆନନ୍ଦ ସାମନ୍ତରାୟ ଓ ଡ଼ାଃ ରବି ନାରାୟଣ ଦାସ ଙ୍କ ସମେତ ଡି: ଭେଙ୍କଟ ରାଓ , ଜଗଦିଶ ପଟ୍ଟନାୟକ , ଟୁକୁଲା ଗନ୍ତାୟତ ଓ ସକିଲ ଅହମ୍ମଦ ଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଓ ଷ୍ଟାଫ୍ ସ୍ଵାଗତ ଶୁଭେଛା ଜଣାଇଥିଲେ ।

——————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————–