April 28, 2026

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ କେତକ ଅଞ୍ଚଳରେ ହଇଥିବା ଭୂସ୍ଖଳନର କ୍ଷୟକ୍ଷତି ସ୍ଥିତିର ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୁତି ଜେନା 

IMG-20251004-WA0099
Share

 

 

ପାରଳାଖେମୁଣ୍ଡି:୪/୧୦(ଗରୁଡ ଧ୍ଵଜ ଚୌଧୁରୀ)ଲଘୁଚାପ ଜନିତ ବର୍ଷା ବିପ୍ତାତ ଜିଲ୍ଲାର ଅନେକ ସ୍ଥାନରେ ଭୁସ୍ଖଳନ ହେବା ସହ ରାସ୍ତା ଘାଟ ପୋଲ ଧୋଇ ହୋ ଉଁଇ ଯାତାୟତ ବାଧାପ୍ରାପ୍ତ ହେବା ସହ ଗଜପତି ଜିଲ୍ଲାରେ ବିଶେଷ କ୍ଷତି ଘଟିଛି। ଏହାର ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ତ୍ରୀ ବିଭୁତି ଜେନା ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଥିବା ଲକ୍ଷ୍ୟ କରାଯାଇଛି. ବର୍ଷା ପାଣି ପଶି ଧନ ଜୀବନ ନଷ୍ଟ ହୋଇଛି। ଜିଲ୍ଲାର ରାୟଗଡ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ ଧସି ପାଣି ମାଡି ଆସିବାରୁ ଦୁଇ ଜଣ 3 ଦିନ ହେଲା ନିଖୋଜ ଅଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ଗତ 3 ଦିନ ଧରି ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ତୁରନ୍ତ ସହାୟତା ଯୋଗାଇଦେବା ସହ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀ ବିଭୁତି ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି. ତଥାପି କୌଣସି ପତ୍ତା ମିଳି ପାରିନାହିଁ. ମନ୍ତ୍ରୀ ଶ୍ରୀ ଜେନା ଏହି ଗ୍ରାମ ସହିତ ବର୍ଷା ଓ ପାହାଡ଼ ଧସି କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଅନୁଧ୍ୟାନ କରିବା ସହ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି.