ଜୟ କିଷାନ ପାଠାଗାର ପକ୍ଷରୁ ରକ୍ତଦାନ ଶିବିର ଓ ଆଲୋଚନା ଚକ୍ର

୪ ଅକ୍ଟୋବର ୨୦୨୫; ପ୍ରତିବର୍ଷ ପରି ଏବର୍ଷ ମଧ୍ୟ୍ୟ ଅତାବିରା ବ୍ଲକ ଦେବାହାଲ ସ୍ଥିତ ଜୟକିଷାନ ପାଠାଗାର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ତା ୪ ଅକ୍ଟୋବର ୨୦୨୫ ଶନିବାର ଦିନ ଆୟୋଜିତ ହୋଇଥିଲା l ଏହି ଶିବିରରେ ମୋଟ ୩୯ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ବୁର୍ଲା ଭୀମସାର ରକ୍ତବ୍ୟା ଅଧିକାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା l ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶୀଲ ଦାଶଙ୍କ ଦ୍ୱାରା ଶିବିର ଉଦଘାଟନ ପରେ ବୁର୍ଲା ରକ୍ତବ୍ୟାଙ୍କର ଡାକ୍ତର ଭାବେଶ ଶେଖର ସାହୁ ଉପସ୍ଥିତ ଜନସାଧାରଣଙ୍କୁ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ବିଷୟରେ ଅବଗତ କରାଇଥିଲେ l ରକ୍ତଦାନ ଶିବିର ସହିତ ଏକ ଆଲୋଚନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଯାହାର ବିଷୟଵସ୍ତୁ ଥିଲା “ଯୁବ ସମାଜ ର କର୍ତ୍ତବ୍ୟ ” l ପାଠାଗାର ର ସଭାପତି ଶ୍ରୀ କାଶୀଶ୍ୱର ବେହେରାଙ୍କ ସଭାପତିତ୍ୱ ରେ ଓ ସହ ସମ୍ପାଦକ ବିନୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅଜମେର ସ୍ଥିତ NCERT ପରିଚାଳିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନ ର ଇତିହାସ ବିଭାଗ ପ୍ରଫେସର ଶ୍ରୀ ପ୍ରିତିଶ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କହିଥିଲେ ଜେ ଯୁବ ସମାଜ ନିଜ କାର୍ଯ୍ୟରେ ନିଷ୍ଠାବାନ ହେଲେ ସମାଜରେ ପରିବର୍ତନ ଆସିପାରିବ l ଅନ୍ୟତମ ବକ୍ତା ବରଗଡ ପଂଚାୟତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପତିତପାବନ ସାହୁ ଯୁବପିଢ଼ିଙ୍କୁ ସାମାଜିକ ଗଣମାଧ୍ୟମର କୁପ୍ରଭାବରୁ ଦୁରେଇ ରହିବାକୁ ପରାମର୍ଶ ଦେବା ସହିତ ସେମାନଙ୍କ କାର୍ଯ୍ୟକଳାପ କୁ ଆତ୍ମଚିନ୍ତନ କରିବା ଜରୁରୀ ବୋଲି କହିଥିଲେ l ସାହିତ୍ୟକ ତଥା ଇଂରାଜୀ ପ୍ରାଧ୍ୟପକ ଶ୍ରୀ ମାନଭଞ୍ଜନ ପାଣିଗ୍ରାହୀ ଯୁବସମାଜ ନିଜକୁ କୁସଂସ୍କାରରୁ ଦୁରେଇ ରହି ପରିମାର୍ଜିତ ହେବାପାଇଁ ଉପଦେଶ ଦେଇଥିଲେ l ଏହି ସଭାରେ ପଶ୍ଚିମବଙ୍ଗର ହିନ୍ଦୀ ଲେଖକ ତଥା ପ୍ରକାଶକ ଶ୍ରୀ ସଞ୍ଜୟ ଭାରତୀ ମଧ୍ୟ ଯୋଗ ଦେଇଥିଲେ l ଶେଷରେ ପାଠାଗାର ର ସଦସ୍ୟ ଶିକ୍ଷକ ରାଜକିଶୋର ସେଠ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ ସଦସ୍ୟ ତଥା ଦେବାହାଲ ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ l
