April 27, 2026
ajiro khabar
Share

 

 

୧-ଅଶ୍ରୁଳ ଆଖିରେ ସିଂହବାହିନୀଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ । କଟକ ଓ ଭୁବନେଶ୍ବରରେ ବିନା ଡିଜେରେ ଚାଲିଛି ଭସାଣ ଉତ୍ସବ । ପାରମ୍ପରିକ ବାଦ୍ୟଯନ୍ତ୍ରରେ କମ୍ପୁଛି ଟ୍ବିନ୍ ସିଟି।

 

୨-ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ୫୦୦ରୁ ଅଧିକ ମୋବାଇଲ ଚୋରି,୧୦୦ରୁ ଅଧିକ ଅଳଙ୍କାର ଛିନତାଇ,ଅଭିଯୋଗ ପାଇଁ ଥାନାରେ ଭିଡ଼।

 

୩-ଚୌଦ୍ୱାର ଜେଲରୁ ୨ କଏଦୀ ଫେରାର ଘଟଣା, ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି।

 

୪-ଚୌଦ୍ୱାର ଜେଲରୁ ଫେରାର ୨ କଏଦୀଙ୍କ ଫଟୋ ଜାରି, ସୂଚନା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା।

 

୫-ବିଷାକ୍ତ ହେଉଛି ନଦୀର ପାଣି ; ତଥାପି ଲୋକେ ଫିଙ୍ଗୁଛନ୍ତି ପୂଜା ସାମଗ୍ରୀ , ପଲିଥିନ୍।ମାଇକ୍ରୋ ପ୍ଲାଷ୍ଟିକରେ ପରିଣତ ହୋଇ ଆଣିପାରେ ବଡ ବିପଦ।

 

୬-ଗୁରୁଡିଝାଟିଆ:ବାଳି ବଜାର ନିକଟରେ ଟ୍ରକ୍ ପଛରେ ପିଟିହେଲା ବସ୍,୧୭ ଯାତ୍ରୀ ଆହତ।

 

୭-କନ୍ଧମାଳ ଭୂସ୍ଖଳନ ପରେ ବି ପଶିଲାନି ଚେତା ; ଗଜପତିରେ ପାହାଡ଼ ଧସି ଚାଲିଗଲା ୨ ଜୀବନ

 

୮-ରାୟଗଡା:ଆନ୍ଧ୍ର ଦେଉଛି ଅଧିକ ଭତ୍ତା,ଲୋଭରେ ଗାଁ ଛାଡୁଛନ୍ତି ବରିଷ୍ଠ ନାଗରିକ।

 

୯-ଏସଆଇ ପରୀକ୍ଷା ଜାଲିଆତି: ସିଲିକନ ସିଇଓଙ୍କୁ ଜେରା, ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ, ଝିଅ ସମ୍ପୃକ୍ତ !

 

୧୦-କଟକ ସିଡିଏ ସେକ୍ଟର ୬ ବାଲିଘାଟ ଅଞ୍ଚଳରେ କାଠଯୋଡ଼ି ନଦୀରେ ବୁଡି ନାବାଳକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଆରମ୍ଭ।

 

୧୧-ଆରବ ସାଗରରେ ବାତ୍ୟା ସମ୍ଭାବନା: ଆଗାମୀ ୧୨ ଘଣ୍ଟାରେ ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ଆଶଙ୍କା।ବାତ୍ୟାର ନାଁ ଶକ୍ତି ରଖାଯିବା।

 

୧୨-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ : ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ।

 

୧୩-ଋଷିକୁଲ୍ୟା ନଦୀରେ ବନ୍ୟାଜଳ ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ, ନଦୀକୁଳିଆ ଲୋକ ସତର୍କ ରହିବାକୁ ଦେଲେ ପରାମର୍ଶ।

 

୧୪-ଅହମଦାବାଦ:ଟେଷ୍ଟରେ ଜାଡେଜାଙ୍କ ଷଷ୍ଠ ଶତକ ,ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରବୀନ୍ଦ୍ର ଜାଡ଼େଜା।ରାହୁଲ ଓ ଜୁରେଲଙ୍କ ଶତକ ସହିତ ୨୮୬ରନ୍ ରେ ଭାରତ ଆଗୁଆ।

 

୧୫-ପଡୋଶୀ ଦେଶ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରେ ତେବେ ମାନଚ୍ଚିତ୍ରରୁ ପାକିସ୍ତାନ ହଟିଯିବ:ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

 

୧୬-ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲା:ବିଷାକ୍ତ ଔଷଧ ସହ କଫ୍‍ ସିରପ୍‍ ପିଇ ୧୨ପିଲାଙ୍କ ମୃତ୍ୟୁ।

 

୧୭-ଭାରତର ସବୁଠୁ ଧନୀ ଅଭିନେତ୍ରୀ ଜୁହି ଚାୱଲା୨ ବର୍ଷ ଧରି କୌଣସି ଫିଲ୍ମ କରିନାହାଁନ୍ତି,ବର୍ଷକୁ ରୋଜଗାର ୩,୧୯୦ କୋଟି।

 

୧୮-ବଡ ନିର୍ଦେଶ ଦେଲେ ପୁଟିନ୍‍: ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତି ସହିବାକୁ ଦେବନାହିଁ ରୁଷ।

 

୧୯-ଚଳିତ ମାସ ୨୬ତାରିଖରୁ ଚୀନକୁ ଉଡିବ ବିମାନ: ୫ବର୍ଷ ଅପେକ୍ଷାର ଅନ୍ତ ଘଟିବ।

 

୨୦-ପାକିସ୍ତାନର ପେଶାୱରରେ ବୋମା ବିସ୍ପୋରଣରେ ୯ଜଙ୍କ୍ର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ।

 

🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏