November 26, 2024

ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା

Share

ବେଲଗୁଣ୍ଠା, 04/10; ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନ ରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା ମହାସମାରୋହରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳା କୁ ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନ ଉଦ୍ ଘାଟନ କରିବା ସହିତ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ପ୍ରକଳ୍ପ ଆଣି ଅଂଶ ଗ୍ରହଣ କରିଥିଲେ । ଏହାକୁ ୫ ଟି ବିଭାଗରେ ବିଭକ୍ତ କରାଯାଇଥିଲା।ବିଚାରପତି ଭାବେ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ସାହୁ, ରଜତ କୁମାର ରାଉତ, ଜି.ଟି. ହାଇସ୍କୁଲ ସୁନାଖି ଦିଗାଲ, ଅକ୍ଷୟ କୁମାର ଦାସ ,ଦୀପକ ଜେନା,ସତ୍ୟ ନାରାୟଣ ସିଅ ପ୍ରମୁଖ ଉପସ୍ଥିତ ରହି ୫ ଟି ବିଭାଗର ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିଥିଲେ। ମାଆ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମାଆ ମାନେ ବିଭିନ୍ନ ପ୍ରକାରର ପିଠା,ମିଠା ଓ ବିଭିନ୍ନ ବର୍ଜ୍ୟ ବସ୍ତୁ ର ସଦୁପଯୋଗ ପାଇଁ ଉପକରଣ ପ୍ରସ୍ତୁତ କରି ଆଣିଥିଲେ । ପରେ ପୁରସ୍କାର ବିତରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଅବସର ପ୍ରାପ୍ତ ବନବିଭାଗ କର୍ମଚାରୀ ଶୂଳପାଣି ଶତପଥୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ରଥ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ , ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ବିଦ୍ୟାଳୟ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର, ଓଡ଼ିଶା ଟୁଡେ ନିଉସ୍ ସମ୍ପାଦକ ବବି ରଥ, ସାମ୍ବାଦିକ ଶିବରାମ ଚୌଧୁରୀ ଓ ନାରାୟଣ ପଣ୍ଡା ଅତିଥି ଭାବେ ମଞ୍ଚାସୀନ ଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶିବରାମ ଗୁରୁଜୀ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ତଥା ଆଶା, ମାମାଜିନୀ, ସୁମିତ୍ରା, ଅଲିଭା,ଅମ୍ବିକା,ଶୋଭା,ମିନି,ଗୁରୁଜୀ ପ୍ରମୋଦ,କୁମାରେଶ୍ୱର, ଗଣେଶ, ମୋନଜ ଆଦି ନିଜ ନିଜ ଦାୟିତ୍ଵ ସମ୍ପାଦନା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed