April 28, 2026

ଗୁମ୍ମା ଏ ଡି ଏସ ସଙ୍ଗଠନ ପକ୍ଷରୁ ଜଳଛାୟା ସଂଗଠନ ଟ୍ରଷ୍ଟ ପକ୍ଷରୁ ଦୁଇଦିନିଆ ଛେଳି ପାଳନ ତାଲିମ କାର୍ଯକ୍ରମ ଅନୁଷ୍ଠିତ 

IMG-20241004-WA0017
Share

 

ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଏଡ଼ିଏସ କାର୍ଯ୍ୟାଳୟ ଠାରେ ଦୁଇ ଦିନିଆ ଛେଳି ପାଳନ ସମ୍ବଧୀୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜଳଛାୟା ସଂଗଠନର ଅଧିକାରୀ ମାନେ ଛେଳି ହିତାଧିକାରୀ ମାନଙ୍କୁ ଡୋଓଟିଆର(WOTR)ତରଫରୁ ଛେଳି ପାଳନ ନିମନ୍ତେ ତାଲିମ ପ୍ରଦାନ କରିଥିଲେ।ଅବସର ପ୍ରାପ୍ତ ପଶୁପାଳନ ଅଧିକାରୀ ଡ଼ଃ ରାଜେନ୍ଦ୍ର ପାଢ଼ୀ ଉପସ୍ଥିତ ହିତାଧିକାରୀଙ୍କୁ ଛେଳି ପାଳନ ସମ୍ବଧୀୟ ରୋଗ ଓ ଏହାର ନିରାକରଣ ବାବଦରେ ତାଲିମ୍ ଦେଇଥିବା ସହିତ କିପରି ସରକାର ସହିତ ସମ୍ପର୍କ କରି ସମସ୍ତ ଟୀକା କରଣ ବ୍ୟବସ୍ଥା କରିବା ବିଷୟରେ ଆଲୋଚନା କରିଥିଲେ।ଛେଳି ପାଳନ ମାଧ୍ୟମରେ ଜଣେ ହିତାଧିକାରୀ କିପରି ବ୍ୟବସାୟୀ ମାଧ୍ୟମରେ ନିଜର ଜୀବନ ଜୀବିକାକୁ ସୁଦୃଢ କରିପାରିବେ ସେହିନେଇ ଅଧିକାରୀ ମାନେ ବୁଝାଇ ଥିଲେ।ଏବଂ କାର୍ଯ୍ୟକ୍ରମ ଦ୍ଵାରା ଛେଳି ପାଳକମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ଯୋଗାଇ ଦିଆଯାଇ ଔଷଧର ପ୍ରୟୋଗ ସମ୍ପର୍କରେ ହିତାଧିକାରୀଙ୍କୁ ମାନଙ୍କୁ ବିସ୍ତୁତ ଭାବେ ବୁଝେଇବା ସହ ଛେଳିର କିପରି ଯତ୍ନ ନେବେ ଓ ଇଞ୍ଜେକେସନ ଦେବେ ସେ ବିଷୟ ପରାମର୍ଶ ଦେଇଥିଲେ ଡୋଓଟିଆର ଅଧିକାରୀ ଜ୍ଞାନ ରଞ୍ଜନ ବରାଳ ବୈଷୟିକ ଅଧିକାରୀ ।ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ ପରିଚାଳନା କରିଥିଲେ ସୌମ୍ୟ ରଞ୍ଜନ ପ୍ରଧାନ,ଗାବରିଏଲ ଦାସ ଓ ଶିବ ପ୍ରସାଦ ସାହୁ।