April 26, 2026

ରାୟଗଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ପରିସରରେ ଅଣଛାତ୍ରଙ୍କ ଆକ୍ରମଣ ରେ କଲେଜ ଛାତ୍ର ଗୁରୁତରଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ

IMG-20240904-WA0011
Share

ରାୟଗଡା :ରାୟଗଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ ତୁମୁଳ କାଣ୍ଡ,୪୦ ରୁ ଉର୍ଦ୍ଧ ଅସାମାଜିକ ଯୁବକ କଲେଜରେ ପଶି ସଙ୍ଘ ବଧ ଭାବେ କଲେଜ ଛାତ୍ରଙ୍କୁ ଆକ୍ରମଣକରିଛନ୍ତି, ଫଳରେ ୩ କଲେଜ ଛାତ୍ର ଗୁରୁତର ହୋଇ ମୂଖ୍ୟ ଚିକିତ୍ସାଳୟରେଚିକିତ୍ସିତ ହେଉଛନ୍ତି।ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଆଜି ଦିନ ଏକ ଘଟିକା ସମୟରେ କିଛି ଅଣ ଛାତ୍ର ଜୋର ଜବର ଜସ୍ତି କଲେଜରେ ପଶି କଲେଜର ଆସବାବ ପତ୍ର ଭଙ୍ଗାରୁଜା କରିବା ସହିତ କଲେଜ ଛାତ୍ର ମାନଙ୍କୁ ମାଡ଼ ମାରି ଲହୁ ଲୁହlଣ କରିଚାଲି ଯାଇଥିଲେ,ପରେ କଲେଜ କର୍ତ୍ତୃପକ୍ଷ , ସେମାନଙ୍କୁ ଆମ୍ବୁଲାନ୍ସ ଦ୍ୱରା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ,ଆକ୍ରମଣ ରେ ପ୍ରଶାନ୍ତ ମାଝୀ ଯୁକ୍ତ3 ପ୍ରଥମ ବର୍ଷ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ କାରଣରୁ ମୁଣ୍ଡରେ 7ଟି ଷ୍ଟିଜ ପଡିଛି। ସେହିପରି +୨ଦ୍ବୀତୀୟ ବର୍ଷ ରଛାତ୍ର ଶୁଣ୍ଢି ଅଖିଳ ଛାତ୍ରଙ୍କ ମୁଣ୍ଡରେ ଆଘାତ କାରଣରୁ ତାଙ୍କୁ ଚିକିତ୍ସା କରାଯାଇଉଛି। ରାୟଗଡା ସ୍ୱୟଂ ଶାସିତ ବିଦ୍ୟାଳୟରେ ଗତ3ବର୍ଷ ଧରି ଏହିପରି ଘଟଣା ଲାଗି ରହିଥିଲେ ମଧ୍ୟ ପୋଲିସ ପ୍ରସାସନ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉ ନଥିବା କହିଛନ୍ତି କଲେଜ ଅଧକ୍ଷା ବବିଲତା ଶରଫ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

 

 

 

 

.