November 26, 2024

ଉମରକୋଟ ଅନ୍ତର୍ଗତ ଦଣ୍ଡସରା ର ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଶିକ୍ଷକ,କାର୍ଯ୍ୟାନୁଷ୍ଠାନ ଶୂନ…………

Share

ଉମରକୋଟ  (ଏମ୍.ଦିନା°ଶୁ ଆଚାରୀ) ମାଁ ବାପା ଙ୍କ ପରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ ଗୁରୁଙ୍କୁ।କାରଣ ଗୁରୁ ହିଁ ପ୍ରଥମେ ପିଲାଙ୍କ ଭବିଷ୍ୟତ ଗଠନ ରେ ଗୁରୁତ୍ୱ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ମାଁ ବାପା ପିଲାକୁ ୫ ବର୍ଷ ପୁରଣ ହେଲେ ତାକୁ ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଭର୍ତ୍ତି କରନ୍ତି ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ଭବିଷ୍ୟତ ଗଠନ କରନ୍ତି।କିନ୍ତୁ ଏଠାରେ ଏହାର ଓଲଟା।ଭବିଷ୍ୟତ ଗଠନ କରିବା ଦୂରର କଥା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହୁ ନଥିବା ଦେଖିବାକୁ ମିଳିଛି। ସରକାର ଙ୍କ ନିୟମ ଅନୁଯାଇ ଶନିବାର ଦିନ ପ୍ରତ୍ୟେକ ସରକାରୀ ସ୍କୁଲ ସକାଳ ୬.୩୦ମିନିଟ ରୁ ଦିନ ୧୨.୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଦଣ୍ଡସରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶନିବାର ହେଲେ ୧୧.୩୦ ଏବଂ ୧୨ ଟା ରେ ସ୍କୁଲ ଛୁଟି କରିଥିବା ଦେଖିବାକୁ ମିଳିଛି। ଏହି ବିଷୟରେ ବିଦ୍ୟାଳୟ ର ଶିକ୍ଷକ ୧୨ ଟାରେ ପିଲାଙ୍କୁ ଛାଡ଼ି ଦେଇ ଆମେ ୧୨.୩୦ପର୍ଯ୍ୟନ୍ତ ସ୍କୁଲରେ ରହି କାମ କରୁଛୁ ବୋଲି କହିଥିଲେ।ସେପଟେ ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି ମୁଁ ସଂଜ୍ଞା ନେବି ବୋଲି କହିଥିଲେ। ଅନ୍ୟ ପଟେ ବଡ ଭରଣ୍ଡୀ ରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ନିମ୍ନମାନର ଦେଇଥିବା ଦେଖିବାକୁ ମିଳିଛି। ପିଲା ମାନଙ୍କୁ ସିଝା ଅଣ୍ଡା ଏବଂ ପାଣିଆ ଡାଲି ଦେଇଥିବା ବେଳେ ପିଲାମାନେ କୌଣସି ଗୃହରେ ନ ବସି ରାସ୍ତାରେ ଠିଆ ହୋଇ ଖାଉଥିବା ଦେଖିବାକୁ ମିଳିଛି। ଏହି ଭଳି ନିମ୍ନମାନର ଖାଦ୍ୟ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ବିକାଶ ସରକାର ଙ୍କୁ ପଚାରିବାରୁ ତଦନ୍ତ କରିଲା ପରେ ଜଣାପଡିଲା ଯେ ଯେଉଁ ଏସଏଚଜି ଗ୍ରୁପକୁ ରୋଷେଇ ପାଇଁ ଦିଆଯାଇଛି ସେମାନେ ଠିକ ନୁହନ୍ତି ବୋଲି କହିଥିଲେ।କିନ୍ତୁ ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଏସଏଚଜି ଗ୍ରୁପ ରୋଷେଇ କରିବ କିନ୍ତୁ ତାଙ୍କୁ ସାମଗ୍ରୀ ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଦେବେ। କର୍ତ୍ତୃପକ୍ଷ ଯାହା ଦେବେ ସେମାନେ ତାହା ରୋଷେଇ କରିବେ। ଏଠି ଏସଏଚଜି ଗ୍ରୁପ ର ଭୁଲ କେଉଁଠି ରହିଲା ବୋଲି ପ୍ରଶ୍ନ ଉଠୁଛି। ପୁଣି ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନ୍ୟ ବ୍ଲକ ର ଗୋଟିଏ ବିଦ୍ୟାଳୟ ର ଦାୟିତ୍ଵ ରେ ରହିଥିବା ଜଣାପଡିଛି।ସରକାରଙ୍କ ବିଡମ୍ବନା ଜଣେ ଶିକ୍ଷକ ଗୋଟିଏ ବିଦ୍ୟାଳୟ ଠିକ ଭାବରେ ତୁଲେଇ ପାରୁନାହାନ୍ତି ଏବଂ ପ୍ରଶାସନ ତାଙ୍କୁ ଅନ୍ୟ ଏକ ବିଦ୍ୟାଳୟ ର ଦାୟିତ୍ଵ ଦେଇଛନ୍ତି । ଏଭଳି ଶିକ୍ଷକ ଯେଉଁ ମାନେ ପିଲାମାନଙ୍କୁ ଠିକ ଭାବରେ ଖାଦ୍ୟ ଦେଇ ପାରୁନାହାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛୁଟି କରୁଛନ୍ତି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବି ମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ଏମାନଙ୍କ ଉପରେ କେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ କେବଳ ପ୍ରତିଶୃତି ଦେବେ। ଏହି ବିଷୟରେ ଡିଡବ୍ଲୁଓ ଙ୍କୁ ମଧ୍ୟ କୁହାଯାଇଥିଲା ସେ ବିଦ୍ୟାଳୟ କୁ ଯାଇ ତଦନ୍ତ କରିବି ବୋଲି କହିଥିଲେ କିନ୍ତୁ ତଦନ୍ତ ଶୂନ। ଏଭଳି ଉଚ୍ଚ ପଦାଧିକାରୀଙ୍କ ଛତ୍ରଛାୟା ରେ ରହି ଏଭଳି ଶିକ୍ଷକ ମାନେ ମନମାନି କରି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.