ନବଘନଙ୍କୁ ମିଳିଲା ଟ୍ରାଇସାଇକେଲ୍
ନବଘନଙ୍କୁ ମିଳିଲା ଟ୍ରାଇସାଇକେଲ୍
ହାଟଡିହି,୪/୯: ହାଟଡିହି ବ୍ଲକ୍ ଆଇତିପୁର ପଞ୍ଚାୟତ ମଧୁପୁର ଗ୍ରାମର ନବଘନ ବାରିକଙ୍କୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଇଛି। ନବଘନ ଗତ ୧୨ବର୍ଷ ଧରି ଟ୍ରେନ୍ଲାଇନରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ। ଗତ ଜୁନ୍ ୭ତାରିଖ ଦିନ ଯାଜପୁର ରେଲଲାଇନ୍ରେ କାମ କରୁଥିବା ସମୟରେ ହଠାତ ଝଡପବନ ଆସିବାରୁ ସେ ଓ ତାଙ୍କର କିଛି ସହକର୍ମୀ ସେଠାରେ ଦୀର୍ଘଦିନ ଧରି ଅଟକି ରହିଥିବା ଏକ ଟ୍ରେନ ଡବାତଳେ ଆଶ୍ରୟ ନେଇଥିଲେ । କିନ୍ତୁ ପ୍ରବଳ ପବନରେ ଟ୍ରେନ୍ ହଠାତ୍ ଗଡିଯିବାରୁ ୬ଜଣଙ୍କ ମୃତ୍ୟୁ ଘଟିବା ସହ କିଛି ଶ୍ରମିକ ଆହତ ହୋଇଥିଲେ। ତନ୍ମଧ୍ୟରୁ ସେ ଏହି ଦୁର୍ଘଟଣାରେ ଆହତ ହୋଇ ଗୋଟିଏ ଗୋହ ସମ୍ପୂର୍ଣ୍ଣ ହରାଇଛନ୍ତି। ଗତ ଜୁଲାଇ ୨ତାରିଖ ଦିନ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି। ଏବେ ସେ ଘରେ ପଡି ରହିଥିବାବେଳେ ପ୍ରତି ସପ୍ତାହରେ ଥରେ କଟକ ଯାଇ ଡ୍ରେସିଂ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ଏକ ଗରିବ ପରିବାରର ହୋଇଥବାବଳେ ୫ପରାଣି କୁଟୁମ୍ବ ତାଙ୍କ ରୋଜଗାର ଉପରେ ନିର୍ଭରଶୀଳ ଥିଲେ। ଏବେ ସେ ବହୁ ଦୁଃଖକଷ୍ଟରେ କାଳତିପାତ କରୁଛନ୍ତି। ସରକାର ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ସହାୟତା ଯୋଗାଇଦେଇ ନାହାନ୍ତି। ଏପରି ସ୍ଥିତିରେ ସେ ଗତ ଜୁଲାଇ ୧୦ ତାରିଖ ଦିନ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ଯୋଗାଇଦେବାକୁ ନିବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସହାୟତା ପାଇନଥିବା ନବଘନ ଅଭିଯୋଗ କରିଛନ୍ତି। ସେ ଜିଲ୍ଲାପାଳଙ୍କୁ ଭେଟିବାପରେ ତାଙ୍କୁ ମାସିକ ଭତ୍ତା ଯୋଗାଇ ଦିଆଯାଇଛି । ଟ୍ରାଇ ସାଇକେଲ୍ ନଥିବାରୁ ସେ ଅନ୍ୟର ସହାୟତାରେ ଯାତାୟାତ କରୁଥିବାବେଳେ ତାଙ୍କର ଏପରି ଅବସ୍ଥା ଦେଖୁ ତାଙ୍କୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଯୋଗାଇ ଦେବା ପାଇଁ ହାଟଡିହି ବ୍ଲକ୍ ଅଧ୍ଯକ୍ଷା ସାବିତ୍ରୀ ସେଠୀ ଉଚ୍ଚ କରୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ପ୍ରଶାସନର ଅନୁମୋଦନ ପରେ ଆଜି ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀଶ୍ରୀ ସିଂ, କିରାଣି ଏସ. ପ୍ରତିକ ଆନନ୍ଦ, ଯୁବନେତା ଅଭିମନ୍ୟୁ ସେଠୀ ପ୍ରମୁଖଙ୍କ ଉପସ୍ଥିତିରେ ତାଙ୍କୁ ଏହି ବ୍ୟାଟେରୀ ଚାଳିତ ଟ୍ରାଇକେଲ ଯୋଗାଇ ଦେବା ସହିତ ବ୍ଲକ୍ ଅଧକ୍ଷା ସାବିତ୍ରୀ ସେଠୀ ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ