September 14, 2026

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହଯୋଗର ହାତ ବଢ଼ି ଚାଲିଛି

IMG-20250804-WA0045
Share

 

ପାରଳାଖେମୁଣ୍ଡି:୪/୮(ଗରୁଡ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ମନ୍ଦିର ନିର୍ମାଣରେ ଅନେକ ଭକ୍ତ ନିଜ ନିଜକୁ ସାମିଲ କରି ବିଭିନ୍ନ ଭାବେ ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ସୁଦୂର ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିଭି ରମାନା ଏବଂ ତାଙ୍କ ପତ୍ନୀ ସିଭି ଲକ୍ଷ୍ମୀ ନୂତନ ମନ୍ଦିର ନିର୍ମାଣ ପାଇଁ 20 ହଜାର ଟଙ୍କା ପ୍ରଦାନ କରିଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରର ଫ୍ରେଣ୍ଡସ କଲୋନୀର ଶରତ ପାତ୍ର ଵାର ହଜାର ଶହେ ଟଙ୍କା ପ୍ରଦାନ କରି ନୂତନ ମନ୍ଦିର ନିର୍ମାଣ ପାଇଁ ସହାଭାଗୀ ହୋଇଛନ୍ତି. ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି.