ପ୍ରଧାନ ସମାଜର ସାଙ୍ଗଠନିକ ବୈଠକ, କେନ୍ଦ୍ରୀୟ ସଭାପତି ହେଲେ ବିଜୟ ପ୍ରଧାନ..
ଚିକିଟି ଶୁଭଶ୍ରୀ ପ୍ରଧାନ
ତା ୦୩/୦୮/୨୫
ପାତ୍ରପୁର ବ୍ଲକ କେଲୁଆ ସ୍ଥିତ ପ୍ରଧାନ ସମାଜ କାର୍ଯ୍ୟାଳୟ ଠାରେ ସମାଜ ର କେନ୍ଦ୍ରୀୟ ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ମୁରଲୀଧର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଡ଼ଃ ଅଲେଖ ଚନ୍ଦ୍ର ପ୍ରଧାନ, ପୂର୍ବତନ ପ୍ରଶାସନ ଉଦୟ ନାଥ ପ୍ରଧାନ, ନିର୍ବାଚନ ଅଧିକାରୀ ବିଜୟ କୁମାର ପ୍ରଧାନ,ବ୍ରହ୍ମପୁର ତାଳୁକାର ଆବାହକ ଶ୍ରୀବତ୍ସ ପ୍ରଧାନ, ପୂର୍ବତନ ସମ୍ପାଦକ ମଦନ ମୋହନ ପ୍ରଧାନ ଙ୍କ ସମେତ କୁର୍ତ୍ତିବାସ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ସମାଜର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା ହୋଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ସଭାପତି ପଦରୁ ମୁରଲୀଧର ପ୍ରଧାନ ଇସ୍ତଫା ଦେଇଥିବା ବେଳେ ସାମ୍ବିଧାନିକ ଵିଧି ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ଅଧିକାରୀ ତଥା ଓକିଲ ବିଜୟ ପ୍ରଧାନ ଙ୍କ ଉପସ୍ଥିତରେ ତାଙ୍କ ଇସ୍ତଫା ପତ୍ର ଗୃହୀତ ହେବା ସହିତ ସର୍ବ ସମ୍ମତି କ୍ରମେ ଉପ ସଭାପତି ବିଜୟ କୁମାର ପ୍ରଧାନ ଙ୍କୁ କେନ୍ଦ୍ରୀୟ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ବରିଷ୍ଠ ସଦସ୍ୟ ଶଶାଙ୍କ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପୀତବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜରଡ଼ା, ଚିକିଟୀ, ସୁଇଙ୍ଗୀ ଆଦି ବିଭିନ୍ନ ତାଲୁକା ର ବହୁ କର୍ମକର୍ତା ଉପସ୍ଥିତ ରହିଥିଲେ।
