ପୂର୍ବତନ ନାୟବ ସରପଞ୍ଚ ବିଦ୍ୟୁତ ପ୍ରଭା ଦାସ ଙ୍କ ବିୟୋଗରେ ଶୋକ
ରଘୁନାଥପୁର –ତା ୪/୭/୨୦୨୫ ସ୍ଥାନୀୟ ଅଞ୍ଚଳର ଜଣାଶୁଣା, ଜନସେବିକା ତଥା ପୁରୁଣାବସନ୍ତ ପଞ୍ଚାୟତର ପୂର୍ବତନ ନାୟବ ସରପଞ୍ଚ, ଧର୍ମପ୍ରାଣ l ମହିଳା ବିଦ୍ୟୁତ୍ ପ୍ରଭା ଦାସ ଙ୍କ ବିୟୋଗରେ, ଏଠାରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଆଦର୍ଶ ଗୃହିଣୀ ଓ ସମାଜସେବିକା ଥିବାରୁ ତାଙ୍କର ପରଲୋକ ଖବରପାଇ, କଂଗ୍ରେସ ନେତା ଈଂ ହିମାଂଶୁ ଭୁଷଣ ମଲ୍ଲିକ, ପୁରୁଣାବସନ୍ତ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଚରଣ ମହାନ୍ତି , ସମାଜସେବୀ ଅଭିରାମ ପଣ୍ଡା, ପୁର୍ବତନ ସରପଞ୍ଚ ଅକ୍ଷୟ ମିଶ୍ର ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ତାଙ୍କର ମରଶରୀର କୁ ପୁରୀ ଶ୍ରୀକ୍ଷେତ୍ର ସ୍ବର୍ଗ ଦ୍ବାର କୁ ନିଆଯାଇ , ସେଠାରେ ଅନ୍ତେଷ୍ଟ୍ କ୍ରିୟା ସମ୍ପନ୍ନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ତାଙ୍କର ପୁତ୍ର କମଳାକାନ୍ତ ଦାସ, ବିମଳା କାନ୍ତ ଦାସ, ଶ୍ୟାମଳl କାନ୍ତ ଦାସ, ଅମୂଲ୍ୟକୁମାର ଦାସ ଓ କାମାକ୍ଷା ପ୍ରସାଦ ଦାସ୍ ଙ୍କ ସମେତ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ, ନାତି ନାତୁଣୀ ଓ ପଡ଼ୋଶୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଆସନ୍ତା ୧୧ ତାରିଖ ଦିନ ତାଙ୍କର ଏକl ଦଶାହ ଉପଲକ୍ଷେ ଶୋକସଭା ର ଆୟୋଜନ କରାଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର l
