June 6, 2026

ମୃତ ବାଛୁରୀର ଶେଷକୃତ୍ୟ କଲା ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ

IMG-20260604-WA0000
Share

 

 

ଅନୁଗୋଳ:ଏକ ମୃତ ବାଛୁରୀର ସମ୍ମାନଜନକ ଶେଷକୃତ୍ୟ କରି ଚର୍ଚ୍ଚାରେ ରହିଛି ଅନୁଗୋଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ଗତ ରାତିରେ ନାଲକୋ ଷ୍ଟେଟ୍ ବ୍ୟାଙ୍କ ନିକଟ ତେଲ ଟାଙ୍କି ସମ୍ମୁଖରେ ଏକ ଅଜଣା ଗାଡ଼ିର ଧକ୍କାରେ ବାଛୁରୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ଅନୁଷ୍ଠାନର ସଭାପତି ଅନନ୍ତ ବାରିକ, ସମ୍ପାଦକ ସୁଧାକର ସାହୁଙ୍କ ସମେତ ଦେବାଶିଷ ବେହେରା, ସୁରଞ୍ଜନ ନାହାକ ଓ ଓମ୍ ପ୍ରକାଶ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦେବାଶିଷ ବେହେରାଙ୍କ ଟେମ୍ପୋ ସହାୟତାରେ ମୃତ ବାଛୁରୀଟିକୁ ସ୍ଥାନାନ୍ତର କରାଯାଇ ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ଅନୁଷ୍ଠାନର ଏହି ମାନବିକ ଓ ସେବାମୂଳକ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ପ୍ରଶଂସା କରିଛନ୍ତି। ଏହି ଅବସରରେ ସଂଗଠନ ପକ୍ଷରୁ ଗାଈ ମାଲିକମାନଙ୍କୁ ପଶୁମାନଙ୍କୁ ରାସ୍ତାରେ ଛାଡ଼ି ନଦେଇ ସୁରକ୍ଷିତ ଭାବେ ଗୁହାଳରେ ରଖିବାକୁ ଅନୁରୋଧ କରାଯାଇଛି। ସେହିପରି ରାସ୍ତାରେ ବୁଲୁଥିବା ଗୋବଂଶ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ଅବହେଳା କରୁଥିବା ଗାଈ ମାଲିକଙ୍କ ବିରୋଧରେ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି।

You may have missed