ସମାଜସେବୀ ଚନ୍ଦ୍ରମୋହନ ଦାଶ ଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୃତିସଭା
ତିର୍ତ୍ତୋଲ ତା 3/6/2026 ତିର୍ତ୍ତୋଲ ବ୍ଲକ, ଗୋପାଳପୁର ଗ୍ରାମପଞ୍ଚାୟତ ର ପୂର୍ବତନ ସମିତିସଭ୍ୟା ମମତା ଦାଶ ଙ୍କ ସ୍ୱାମୀ ତଥା ବିଶିଷ୍ଟସମାଜସେବୀ ଚନ୍ଦ୍ରମୋହନ ଦାଶ ଙ୍କ ଦ୍ଵାଦଶାହ ଉପଲକ୍ଷେ ଗତ ବୁଧବାର ସନ୍ଧ୍ୟାରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଗୋପାଳପୁର ସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁନାକର ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଖ୍ୟାତନାମା ରାଜନେତା ଅଶ୍ୱିନୀ ଦାସ, ପୂର୍ବତନ ସରପଞ୍ଚ ବିଜୟ କୁମାର ମହାନ୍ତି, ଶିକ୍ଷାବିତ ସାରଦା ଚରଣ ସ୍ୱାଇଁ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଅରୁଣକୁମାର ମହାପାତ୍ର, ପ୍ରାକ୍ତନ ସି ଡି ଏମ କ୍ଷେତ୍ରବାସୀ ଦାଶ, ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ, ଯୁବନେତା ଦେବେନ୍ଦ୍ର ନାଥ ମହାନ୍ତି, ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଅନ୍ତର୍ଯ୍ୟାମୀ ରାଉତ, ଶିକ୍ଷକ ଟୁଟୁ ଦାଶ,ରାଜକିଶୋର ବଳ, ତାରକ ଜେନା, ଛପଡା ସରପଞ୍ଚ ନିରାକାର ଖୁଣ୍ଟିଆ, ସୌମେନ୍ଦ୍ର ଦାଶ, ଅଶୋକ ଶତପଥୀ, ସୁରେନ୍ଦ୍ର ଦାଶ, ଲକ୍ଷ୍ମୀଧର ରାଉତ, ନମିତା ଦାଶ, ସଙ୍ଗୀତା ଦାଶ, ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ସୋମନାଥ ସ୍ୱାଇଁ ପ୍ରମ୍ମୁଖ ବହୁ ଜନପ୍ରତିନିଧି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବର୍ଗତ ଚନ୍ଦ୍ରମୋହନ ଙ୍କ ନୀତି ଆଦର୍ଶ ଓ ସମାଜସେବା ବିଷୟରେ ଆଲୋଚନା କରି ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ପୂର୍ବତନ ସରପଞ୍ଚ ମୃଣ୍ମୟ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ମଞ୍ଚ ସଂଚାଳନ କରିଥିଲେ lବିଶେଷକରି ତାଙ୍କର ଜନ୍ମଦାତ୍ରୀ ମା ଅହଲ୍ୟା ଦେବୀ ଓ ଏକମାତ୍ର କନ୍ୟା ମୁଗ୍ଧା ଦାଶ (ଇଶା ) ଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ନିମନ୍ତ୍ରିତ ସମସ୍ତଅତିଥି ସମବେଦନା ଜଣାଇବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
