May 19, 2024

ପୁରୀରେ ଉଦଘାଟିତ ହେଲା ବିଜେପି ଲୋକସଭା କାର୍ଯ୍ୟାଳୟ …

Share


ଆଜି ପୁରୀ ଭୁଦାନ ଠାରେ ଭାରତୀୟ ଜନତା ପାର୍ଟିର ଲୋକସଭା କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଜେପି ର ପୁରୀଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର, ଶଙ୍କର୍ଷଣ ପରିଡା, ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀ, ଉମାକାନ୍ତ ନାୟକ, ଜୟନ୍ତ କୁମାର ଦାସଙ୍କ ସହିତ ପାର୍ଟିର ମାନ୍ୟଗଣ ବ୍ୟକ୍ତିତ୍ୱ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟାଳୟ ଉଦଘାଟନ ସହିତ ପୁରୀ ଜିଲ୍ଲାରୁ କିଭଳି ୭ଜଣ ବିଧାୟକ ସହିତ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର କିଭଳି ଜିତିବେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ତିନି ହଜାର ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ l ନିଜର ଜେଜେମା ଙ୍କ ଦେହାନ୍ତ ପାଇଁ ଯୋଗଦେଇପାରିନଥିଲେ ବ୍ରହ୍ମଗିରି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର l ଏହି କାର୍ଯ୍ୟକ୍ରମ ରେ ସମ୍ବିତ ପାତ୍ର ଲୋକସଭା ନଜିତି ଯେଉଁଭଳି କାର୍ଯ୍ୟ କରିଛନ୍ତି ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)