November 15, 2024
Share

➡️୧-ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରାଜ୍ୟର ୯୭୦ ଜଣ ବରିଷ୍ଠ ନାଗରିକ ଓ ୩୦ ଜଣ ସୁରକ୍ଷା ଅଧିକାରୀ ଆଜି ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରୁ ତୀର୍ଥଯାତ୍ରୀ କରିବେ ଆରମ୍ଭ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିବେ l

➡️୨-ନାସନାଲ ଇଲିଜିବିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍ (NEET UG) ୨୦୨୩ ପରୀକ୍ଷା ମେ ୭ ରେ ହେବ। ଏଥିପାଇଁ ରେଜଷ୍ଟେ୍ରସନ ପ୍ରକ୍ରିୟା ଜାନୁଆରୀରୁ ଫେବୃଆରୀ ମଧ୍ୟରେ ହେବ ।

➡️୩-ବର୍ଷକୁ ୩.୫ସେଣ୍ଟିମିଟର ହାରରେ ଚନ୍ଦ୍ର ଆମଠାରୁ ଦୂରେଇ ଦୂରେଇ ଯାଉଛି l ଏ ପ୍ରକ୍ରିୟା ନୂଆ ନୁହେଁ, ଦୀର୍ଘ ୨୫୦କୋଟି ବର୍ଷ ହେଲା ଚନ୍ଦ୍ର ଆମଠାରୁ ଦୂରେଇବା ଆରମ୍ଭ କରିଛି। ଏ ନେଇ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଦେଲେ ସୂଚନା l

➡️୪-୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟୟ ଅଟକଳ ହେଲା ୨୬୩୧୧.୯୫ କୋଟି ଟଙ୍କା l

➡️୫-ଆଜି ଓଟିଭି ଫୋରସାଇଟ୍ ୨୦୨୩ (ବାର୍ଷିକ ଚିନ୍ତନ ସମାବେଶର ତ୍ରୟୋଦଶ ସଂସ୍କରଣ), ସକାଳ ୧୦.୩୦ରୁ ଓଟିଭିରେ ହେବ ସିଧା ପ୍ରସାରଣ l

➡️୬-ଖୁବ୍‌ଶୀଘ୍ର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱରକୁ ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡ଼ାଣ ହେବ ଆରମ୍ଭ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବୈଷୟିକ ଶିକ୍ଷା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଦେଲେ ସୂଚନା l

➡️୭-କର୍ଣ୍ଣାଟକରେ ୩୦୦ ଏକର ଜମିରେ ନିର୍ମାଣ ହେବ ଆଇଫୋନ କାରଖାନା l କାରଖାନା ନିର୍ମାଣ କରିବ ତାଇଓ୍ବାନ କମ୍ପାନି ଫକ୍ସକନ୍ ଓ ଏଥିରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି l

➡️୮-ଭିଜିଲାନ୍ସ ଜାଲରେ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା । କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ହେଲା ଏକକାଳୀନ ଚଢାଉ ।

➡️୯-ବୃଦ୍ଧି ପାଉଛି ଋତୁକାଳୀନ ଥଣ୍ଡା, ଜ୍ୱର ଏବଂ କାଶ: ଆଣ୍ଟିବାୟୋଟିକ୍ ବ୍ୟବହାର ନକରିବାକୁ ପରାମର୍ଶ ଦେଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ l

➡️୧୦-ପଞ୍ଚଭୂତରେ ଲୀନ ହେଲା ପିଣ୍ଟୁ ନନ୍ଦଙ୍କ ମରଶରୀର। ପୁରୀ ସ୍ୱର୍ଗଦ୍ୱାରରେ ହେଲା ଅନ୍ତିମ ସଂସ୍କାର ଶେଷ।

➡️୧୧-ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁକୁ ମାସେ ବିତି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ନ୍ୟାୟ ମାଗିଲେ ସୋମାଲିକା l

➡️୧୨-ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍‌ ଗେଟ୍ସ ଭାରତ ଗସ୍ତରେ ଆସି ରତନ ଟାଟା ଏବଂ ଏନ ଚନ୍ଦ୍ରଶେକରନଙ୍କୁ ଭେଟିଲେ l

➡️୧୩-Amazon Pay ଉପରେ RBI ର ବଡ କାର୍ଯ୍ୟାନୁଷ୍ଠାନ: ଲାଗୁ କଲା ୩.୦୬ କୋଟି ଟଙ୍କା ଜୋରିମାନା l

➡️୧୪-ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଖେଚୁଡ଼ିରେ ଛୁଙ୍କ ଦେବା ଶିଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ l ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେଉଛି ।

➡️୧୫-ଉଜବେକିସ୍ତାନରେ ଭାରତୀୟ କଫ୍ ସିରପ ଦ୍ୱାରା ହୋଇଥିବା ଶିଶୁ ମୃତ୍ୟୁ ଘଟଣାରେ ନୋଏଡା ସ୍ଥିତ ଔଷଧ କମ୍ପାନୀର ୩ ଜଣ ଅଧିକାରୀଙ୍କୁ ଗିରଫ କଲା ପୋଲିସ ।

➡️୧୬-ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୭୦ ବର୍ଷରୁ ଅଧିକ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ କଏଦୀମାନଙ୍କୁ ମୁକ୍ତ କରିବେ ଯୋଗୀ ସରକାର l ଏ ନେଇ ନିଜେ ମୁଖ୍ୟ ଶାସନ ସଚିବ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ନାମା କଲେ ଜାରି l

➡️୧୭-ୟୁକ୍ରେନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ପୁଟିନ! ରିପୋର୍ଟର ହେଲା ଖୁଲାସା l

➡️୧୮-ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ହାରିଲା ଭାରତ। ଏହି ବିଜୟ ସହ ଅଷ୍ଟ୍ରେଲିଆ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍‌ରେ ପହଞ୍ଚିଲା ।

➡️୧୯-ଇନ୍ଦୋର ପରାଜୟ ପରେ ଭାରତକୁ ଆଉ ଏକ ଝଟକା: ପିଚ୍‌କୁ ଖରାପ କହି ଭାରତକୁ ଡିମେରିଟ୍ ପଏଣ୍ଟ ଦେଲା ଆଇସିସି l

➡️୨୦-ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ହେଲେ କ୍ରେଗ ଫୁଲଟନ୍ l ସାଉଥ ଆଫ୍ରିକାର ଏହି ୪୮ବର୍ଷୀୟ କ୍ରେଗ ବେଲଜିୟମ ପୁରୁଷ ହକି ଟିମର ଆସିଷ୍ଟାଣ୍ଟ କୋଚ୍ ଥିଲେ ।

➡️୨୧-ଇଂଲଣ୍ଡ ମହିଳା କ୍ରିକେଟ୍ ଟିମ୍‌ର ଖେଳାଳି ଡାନିୟଲ ୱାୟଟ୍ ଅଚାନକ ତାଙ୍କ ମହିଳା ସାଥୀଙ୍କ ସହ ନିର୍ବନ୍ଧ କରି କଲେ ଚାଞ୍ଚଲ୍ୟ ସୃଷ୍ଟି l ବିରାଟ କୋହଲୀଙ୍କୁ ବି କରିଥିଲେ ପ୍ରୋପଜ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ରାଷ୍ଟ୍ରୀୟ ସୁରକ୍ଷା ଦିବସ ll
🔅ଆଜି ଜାତୀୟ ବ୍ୟାକରଣ ଦିବସ ll
🔅ଆଜି ଜାତୀୟ ପୁତ୍ର ଦିବସ ll
🔅ଆଜି ମସ୍ତିଷ୍କ ଆଘାତ ସଚେତନତା ଦିବସ ll
🔅ଆଜି ଲାଲ ହରଦୟାଲ ସ୍ମୃତି ଦିବସ ll

ଖରା ଦିନରେ ହୃଦ୍‌ସ୍ପନ୍ଦନ ତୀବ୍ର ହେବା, ଆଦୌ ଝାଳ ନବାହାରିବା ବା ଦେହର ତାତି ବଢ଼ିଯିବା, ମୁଣ୍ଡ ବୁଲାଇବା ବା ମୁଣ୍ଡ ବିନ୍ଧିବା, ଚେତା ବୁଡିଯିବା ଓ ବାନ୍ତି ହେବା ଭଳି ଲକ୍ଷଣ ଦେଖିଲେ ତୁରନ୍ତୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ନିଅନ୍ତୁ ।

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll