March 13, 2026

ବିଜୁ ଜୟନ୍ତୀ ଓ ମହିଳା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

kjhilh
Share

ବୁଗୁଡ଼ା : ତା ୦୩/୦୩/୨୩ : ସ୍ଥାନୀୟ ବିଜୁ ସେବା ସଦନ ଠାରେ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ଏ ଅବସରରେ ଆସନ୍ତା ୫ ତାରିଖ ଦିନ ପାଳନ ହେବାକୁ ଥିବା ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ଏବଂ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସମ୍ପର୍କେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ନଗର ସଭାପତି କେ.ତ୍ରିଲୋଚନ ଦୋରା, ମହିଳା ସଭାପତି ମନ୍ଦାକିନୀ ସାହୁ ,ଯୁବ ସଭାପତି କେଶବ ସାହୁ, ଛାତ୍ର ସଭାପତି ହରପ୍ରସାଦ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ଉପସ୍ଥିତ ରହିଥିଲେ।