March 8, 2026

ଜନଗଣନା ୨୦୨୭ ପାଇଁ ସମୀକ୍ଷା ଓ ତାଲିମ୍ ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ଜନଗଣନା…

IMG-20260204-WA0043
Share

ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜନଗଣନା – ୨୦୨୭ ପାଇଁ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଜୟକୃଷ୍ଣ ଭୋଇ ଯୋଗଦେଇ ଉପସ୍ଥିତ ଅଧିକାରୀ ମାନଙ୍କୁ ଜନଗଣନାର ପ୍ରକ୍ରିୟା,ଡିଜିଟାଲ ଉପକରଣ,ଗୃହ ତାଲିକା ଏବଂ ଦାୟିତ୍ବ ସଂପର୍କରେ ତାଲିମ ପ୍ରଦାନ କରିଥିଲେ।ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ଜନଗଣନା କରାଯିବ ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି। ଏପ୍ରିଲ ମାସ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ସ୍ଵ ଗଣନା ସୁବିଧା ଉପଲବ୍ଧ ରହିଛି। ସେନ୍ସସ ୱେବସାଇଟ ଜରିଆରେ ଲୋକମାନେ ନିଜ ତଥ୍ୟ ଇଂରାଜୀ କିମ୍ବା ଓଡିଆ ଭାଷାରେ ପ୍ରଦାନ କରିପାରିବେ।ଏପ୍ରିଲ ମାସ ୧୬ ତାରିଖରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଏବଂ ଗୃହ ଗଣନା କରାଯିବ। ଫେବୃଆରୀ ମାସରେ ଜନସଂଖ୍ୟା ଗଣନା କରାଯିବ। ଗଣନାକରୀ ଏବଂ ସୁପରଭାଇଜର ମାନଙ୍କୁ ଜିଲ୍ଲାବାସୀ ସଠିକ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜୟପୁର ଉପ ଜିଲ୍ଲାପାଳ ଏ ଶସ୍ୟା ରେଡ୍ଡୀଙ୍କ ସହ ଜିଲ୍ଲାର ସମସ୍ତ ତହସିଲଦାର ଏବଂ ସହରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ।(ଗୁପ୍ତେଶ୍ୱର କୋରାପୁଟ)