March 8, 2026

ଯୁବ ଆଇନଜୀବିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ ସହ ଗିରଫ ଦାବୀରେ, ଓଡିଶା ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଲା ଉତ୍କଳୀୟମ୍ ଫାଉଣ୍ଡେସନ

IMG-20260204-WA0008
Share

 

 

 

ଭୁବନେଶ୍ୱର/ଜୟପୁର/କୋରାପୁଟ (ଉପାନ୍ତ ଖବର ମାନସ ରଞ୍ଜନ କର )ତା.୦୪.୦୨.୨୦୨୬

କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ନ୍ୟାୟାଳୟରେ କାର୍ଯ୍ୟରତ ଯୁବ ଆଇନଜୀବି ଜି. ରାଜଶେଖର ଏକ କଳହ ପରେ ଏତଲା ନେଇ ଜୟପୁର ଟାଉନ ଥାନାକୁ ଯାଇଥିଲେ, ଉକ୍ତ ଥାନାରେ କାର୍ଯ୍ୟରତ ଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ଥାନା ପରିସରରେ ନିଶାଶକ୍ତ ଅବସ୍ଥାରେ ରହିଥିବା ବେଳେ ରାତ୍ରୀର କାହିଁକି ଆସିଛୁ କହି ବଚସା କରିବା ସହ ଗାଳି କରିଥିଲେ ଓ ଯୁବ ଆଇନଜୀବି ଏହାର ପ୍ରତିବାଦ କରିବାରୁ ତାଙ୍କୁ ଥାନା ପରିସରରେ ମାଡମାରି ଲହୁଲୁହାଣ କରି ପକାଇଥିଲେ l ଏହାର ପ୍ରତିବାଦରେ ଓ ଜଣେ ଯୁବ ଆଇନଜୀବିଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଆଜି ଉତ୍କଳୀୟମ ଫାଉଣ୍ଡେସନ ତରଫରୁ ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ, ଭୁବନେଶ୍ୱରଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି l (ଯାହାର ଡାଏରୀ କେଶ୍ ନଂ – 97/IN/2026) ଅଟେ l ତତସହିତ ନିଜେ ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ଆଇନଜୀବି ରାଜୀବ ଲୋଚନ ପ୍ରଧାନ ହିଁ ଉକ୍ତ ଘଟଣାର ଓଡିଶା ରାଜ୍ୟ ମାନବିକ ଅଧିକାର କମିଶନଙ୍କ କୋର୍ଟରେ ଅଭିଯୋଗକାରୀ ଅଟନ୍ତି ଓ ସେ କହିଛନ୍ତି “ଉତ୍କଳୀୟମ୍ ଫାଉଣ୍ଡେସନ ହେଉଛି ସର୍ବଦା ଅବହେଳିତଙ୍କ ସ୍ୱର ହୋଇ କାର୍ଯ୍ୟ କରୁଅଛି” l ତେଣୁ ଉକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ସହ ଆହତ ଆଇନଜୀବିଙ୍କୁ ମାଗଣା ଚିକିତ୍ସା ସହ ପଚାଶ ଲକ୍ଷଟଙ୍କାର କ୍ଷତିପୂରଣ ଦେବା ପାଇଁ ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ମାନ୍ୟବର ନ୍ୟାୟାଳୟରେ ପାର୍ଥନା ହୋଇଅଛି ତତସହିତ ପ୍ରତ୍ୟେକ ଥାନାରେ ପୋଲିସ ଅଧିକାରୀଙ୍କ ଉତ୍ତମ ବ୍ୟବହାର ସହ ଥାନା ପରିସର ମେନ ଗେଟକୁ ଲକ୍ ନକରି ୨୪ଘଣ୍ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ବି ଦାବୀ କରାଯାଇଅଛି l