ଲକ୍ଷ୍ମୀ ବସ ରେ ଚାକିରୀ ଦେବା ନେଇ ଟଙ୍କା ମାଗିବା ଘଟଣା ରେ ଦୁଇ ଗିରଫ ..

ରାୟଗଡା – ଲକ୍ଷ୍ମୀ ବସ ସେବା ଯୋଜନା ଆରମ୍ଭ ନ ହେଉଣୁ ଏବେ ନିଯୁକ୍ତି କୁ ନେଇ ଟଙ୍କା ମାଗିବା ଘଟଣା ସମଗ୍ର ବଲାଙ୍ଗୀର ଜିଲ୍ଲା ରେ ବେଶ ଚର୍ଚ୍ଚା ର ବିଷୟ ସାଜିଛି l କିଛି ଦିନ ପୂର୍ବରୁ ଲକ୍ଷ୍ମୀ ବସ ରେ କଣ୍ଡକ୍ଟର ନିଯୁକ୍ତି ନେଇ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ପ୍ରଘଟ ହେବା ପରେ ଏନେଇ ଭିଡିଓ ଭାଇରଲ ହେବା ପରେ ଓ ଏସ ଆର ଟି ସି ର ମ୍ୟାନେଜର ଅମିତ କୁମାର ମିଶ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ l ଆଜି ଟିଟିଲାଗଡ଼ ପୋଲିସ ଲକ୍ଷ୍ମୀ ବସ ରେ କଣ୍ଡକ୍ଟର ନିଯୁକ୍ତି ଆଳ ରେ ଠକେଇ କରି ୨୫ ହଜାର ଟଙ୍କା ଅସୁଲି କରୁଥିବା ଦୁଇ ଜଣ ଠକ ରାୟଗଡା ଗୁଣପୁର ର ସରୋଜ କୁମାର ଲିମା ଏବଂ କଣ୍ଟାବାଞ୍ଜି ର ବେନୁଗୋପାଳ ବେହେରା ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪୭00 ଟଙ୍କା, ଏକ ମୋବାଇଲ ଫୋନ, ଏକ ବ୍ଲୁ ରଙ୍ଗର କାର ଜବତ କରିବା ସହ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଟିଟିଲାଗଡ଼ ଏସ ଡି ପି ଓ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l(ସୁରେନ୍ଦ୍ର ମହାନ୍ତି )