April 26, 2026

ନବରଙ୍ଗପୁର ଜିଲ୍ଲା ମିଷ୍ଟର ଏସିଆ ଆଉ ମିଷ୍ଟର ୱାର୍ଲଡ ବଡ଼ିବିଲଡିଂ ପ୍ରତିଯୋଗୀତା ରେ ଭାରତ ପାଇଁ ଖେଳିବେ ଗୌଶିକ ଫିଟନେସପାର୍କ ର ଶଶାଙ୍କ…….. 

IMG-20250605-WA0072
Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରେ ଗୌଶିକ ଫିଟନେସ ପାର୍କ ଜିମ ର ସଦସ୍ୟ ଶ୍ରୀ ଶଶାଙ୍କ ଶେଖର ସାହୁ ରାଜ୍ୟସ୍ତର ରେ ଏବଂ ଜାତୀୟ ସ୍ତର ରେ ପଦକ ହାସଲ କରିବା ପରେ ଏବେ ପୁଣି ଆନ୍ତର୍ଜାତୀୟ ସ୍ତର ର ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଅଲ ଇଣ୍ଡିଆ ବୋଡି ବିଲଡିଙ୍ଗ ଫେଡେରେସନ ତରଫରୁ ସ୍ୱୀକୃତି ପାଇଛନ୍ତି, ଯାହାକି ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ ର ବିଷୟ, ଗତ ଦୁଇ ଦିନ ଧରି ପୁନେ ରେ ଆୟୋଜିତ ହୋଇଥିବା ଟ୍ରାଏଲ ରେ ଓଡିଶା ର ୧୦ ଜଣ ପ୍ରତିଯୋଗୀ ଷ୍ଟେଟ ବୋଲିବିଲଡିଙ୍ଗ ଏସୋସିଏସନ ପକ୍ଷରୁ ଭାଗ ନେଇଥିଲେ, ଓଡିଶା ଟିମର ମ୍ୟାନେଜର ଥିଲେ, ଗୌଶିକ ଫିଟନେସ ପାର୍କ ଜିମ ର ମୁଖ୍ୟ ତଥା ଶଶାଙ୍କ ଙ୍କ କୋଚ ଶ୍ରୀ ରୋମିଓ ପାତ୍ର, ପୁନେ ରେ ଆୟୋଜିତ ପ୍ରତିଯୋଗୀତା ରେ ମାତ୍ର ୪ଜଣ ଶଶାଙ୍କ ଙ୍କ ସହ ଆଉ ୩ ଜଣ ଆଗାମୀ ଏସିଆ ଏବଂ ୱାର୍ଲଡ ପ୍ରତିଯୋଗୀତା ରେ ଆମ ଦେଶ କୁ ପ୍ରତିନିଧିତ୍ୱ କରିବା ପାଇଁ ଅନୁମତି ପାଇଁ ଛନ୍ତି, ରୋମିଓ ଶଶାଙ୍କ, ଏଇ ଗୁରୁ ଶିଷ୍ୟ ଙ୍କ ଯୋଡି ରାଜ୍ୟରେ ସ୍ବର୍ଣ୍ଣ ଏବଂ ଜାତୀୟ ସ୍ତର ର ପ୍ରତିଯୋଗୀତା ରେ ରୌପ୍ୟ ପଦକ ହାସଲ କରିସାରିଛନ୍ତି ଏବଂ ଆସନ୍ତା ଅଗଷ୍ଟ ମାସ ରେ ବେଙ୍କକ ରେ ହେବାକୁ ଥିବା ମିଷ୍ଟର ଏସିଆ ଏବଂ ନଭେମ୍ବର ରେ ଇଣ୍ଡୋନେସିଆ ହେବାକୁ ଥିବା ମିଷ୍ଟର ୱାର୍ଲଡ ପ୍ରତିଯୋଗୀତାରେ ପଦକ ହାତେଇବା ଲକ୍ଷରେ ଗୌଶିକ ଫିଟନେସ ପାର୍କ ଜିମ ରେ ଦିନ କୁ ଆଠ ଘଣ୍ଟା ର କଠିନ ପରିଶ୍ରମ ଜାରି ରଖିଛନ୍ତି, ଏଇ ଗୁରୁ ଶିଷ୍ୟ ଙ୍କ ଯୋଡି ଅନ୍ତର୍ଜାତିକ ସ୍ତର ରେ ନିଶ୍ଚୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିବେ ବୋଲି ସମସ୍ତେ ଆଶାବାଦୀ