April 25, 2026

ସ୍ତ୍ରୀ ଓ ପ୍ରେମିକ ମିଶି ସ୍ୱାମୀକୁ ହତ୍ୟା କରି ଫୋପାଡି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ-…

ngvfh
Share

 

ମୋହନା —-ସ୍ତ୍ରୀ ଓ ପ୍ରେମିକ ମିଶି ନିଜ ସ୍ୱାମୀକୁ ହତ୍ୟା କରି ଫୋପାଡି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଆଡବା ପୋଲିସ । ଗିରଫ ଅଭିଯକ୍ତ ଜଣକ ହେଲେ ପିପିଲି ଥାନା ଅନ୍ତର୍ଗତ ବାଗେଶ୍ଵରପୁର ଗାଁର ବିଜୟ ସାମନ୍ତରା। ଗତ ୨୦୨୦ ମସିହାରେ ଜାନୁୟାରୀ ୧ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଗଜପତି ଜିଲ୍ଲା ଅଡବା ଥାନା ନିକଟରୁ ପୋଲିସ ରକ୍ତ ଜୁଡୁବୁଡୁ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ମୃତ ଜଣକ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅଫିସର ଡ୍ରାଇଭର ଯୁବରାଜ ଚାନ୍ଦି। ବିଜୟ ସାମନ୍ତରା ମୁନିଗୁଡାରେ ରହି ଫଳ ବ୍ୟବସାୟ କରୁଥିବା ବେଳେ ଯୁବରାଜ ଙ୍କ ପତ୍ନୀ ନିବେଦିତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠଥିଲା। ହେଲେ ଏଥିରେ ସ୍ୱାମୀ କଣ୍ଟା ସାଜୁଥିଲେ l ସ୍ୱାମୀକୁ ହଟାଇବା ପାଇଁ ସ୍ତ୍ରି ନିବେଦିତା ଓ ପ୍ରେମିକ ବିଜୟ ମିଶି ଯୋଜନାବଦ୍ଧ ଭାବେ ସୂପାରୀ କିଲର କୁ ୩୦୦୦୦ ଟଙ୍କା ଦେଈ ୨୦୨୦ ଜାନୁୟାରୀ ୧ ତାରିଖ ରେ ଘରେ ହତ୍ୟା କରି ମୃତ ଦେହ କୁ ବେଡସିଟ ରେ ଗୁଡ଼ାଇ ଅଡବା ଥାନା ନିକଟରେ ଫୋପାଡି ଦେଇଥିଲେ । ସେହି ହତ୍ୟା ଘଟଣାରେ ପୋଲିସ ସ୍ତ୍ରୀ ନିବେଦିତା ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମର ପ୍ରମୋଦ କୁମାର ବେହେରା ଓ ଆସ୍କା ଥାନା ଅନ୍ତର୍ଗତ ଖଣଭାଗ ଗ୍ରାମର ଅନିଲ କୁମାର ବେହେରାଙ୍କ ସ୍ତ୍ରୀ ସହ ଦୁଇ ସହଯୋଗୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଘଟଣା ପର ଠାରୁ ମୁଖ୍ୟ ଅଭିଯୁକ୍ତ ବିଜୟ ତାମିଲନାଡୁ ଫେରାର ହୋଇଯାଇଥିଲା । ତେବେ ଅଡବା ଥାନା କେସ ନମ୍ବର ୧/୨୦ ପ୍ରକାରେ କେସ ରୁଜୁ କରି ପୋଲିସର ଏକ ଟିମ ପିପିଲି ଥାନା ବାଗେଶ୍ୱରପୁର ଯାଇ ଗାଁରୁ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି l