March 13, 2026

ବ୍ଲକ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମତା…

yut7t
Share

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଦ୍ଵାରା ବ୍ଲକ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମଟି ଶାସ୍ତ୍ରୀ ମୈଦାନ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ ଯୋଗଦେଇ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ୧୨ ଟି ଜନଜାତିକୁ ସେମାନଙ୍କ ପାରମ୍ପରିକ ନୃତ୍ୟକୁ ବଞ୍ଚାଇ ରଖିବା ନିମନ୍ତେ ଆବଶ୍ୟକ ଭେଷ ଭୂଷା ଓ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଉଛି ଏହା ଦ୍ବାରା ଆଦବାସୀ ମାନଙ୍କ ପାରମ୍ପରିକ କଳା ଓ ସଂସ୍କୃତି ବଞ୍ଚି ରହିବ l ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଆଉ ଏକ ପଦକ୍ଷେପ ହେଉଛି ଏହି ସ୍ଵତନ୍ତ୍ର ଯୋଜନା ଦ୍ୱାରା ଗାଁ ଦେବୀ, ଗୁଣ୍ଡି, ମନ୍ଦିର ଆଦିର ଉନ୍ନତିକରଣ ଆଦି କାର୍ଯ୍ୟ ହୋଇପାରୁଛି l ଯାହା ଦ୍ୱାରା ଅଞ୍ଚଳରେ ଥିବା କଳା ସଂସ୍କୃତି ଓ ଦେବା ଦେବୀ ପିଠ ଗୁଡ଼ିକର ବିକାଶ ହୋଇପାରିବ ବୋଲି କହିଛନ୍ତି l ସମ୍ମାନିତ ଅତିଥି ଭାବେ ବିଧାୟୀକା ପଦ୍ମିନୀ ଦିଆନ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଇ. ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ମୁକ୍ତା ଯୋଜନା ରାଜ୍ୟ ଉପଦେଷ୍ଟା ମୀରା ପରିଡ଼ା, ଏସ୍ ଡି ସି ଉପାଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଳ, ଏସ୍ ଡି ସି ବିଶାରଦ ସଭ୍ଯ ସୂର୍ଯ୍ୟନାରାୟଣ ରଥ, ବିଶାରଦ ସଭ୍ଯା ପାର୍ବତୀ ମସ୍ତି, ଜିଲ୍ଲା ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ, କୁନ୍ଦୁରା ବ୍ଲକ ଏସ୍ ଡି ସି ସଭ୍ଯ ମାଙ୍ଗୁ ଦୁରୁଆ, ପ୍ରକଳ୍ପ ପ୍ରଶାସକ ଜୟପୁର ପ୍ରଣୟ ରଞ୍ଜନ ବେହେରା, ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ କୋରାପୁଟ ସୌମ୍ଯ ସାର୍ଥକ ମିଶ୍ର, ବି ଡି ଓ କପିଳେଶ୍ଵର ତାଣ୍ଡି, ବିଶିଷ୍ଟ ସାମାଜ ସେବୀ ବୃନ୍ଦାବନ ମଲ୍ଲିକ, ପ୍ରମୁଖ ମଞ୍ଚାସୀନ ଥିଲେ l ଆଜିର କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ଅଞ୍ଚଳରୁ 12 ଟି ସଙ୍କୀର୍ତ୍ତନ ମଣ୍ଡଳୀ ଓ 11 ଟି ସାଂସ୍କୃତିକ ନୃତ୍ୟ ଦଳକୁ ଆବଶ୍ୟକ ପୋଷାକ, ବାଦ୍ୟଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା l ଓ ସେହି ଦଳ ଗୁଡ଼ିକ ଦ୍ୱାରା ନୃତ୍ୟ ମାନ ପରିବେଷଣ ହୋଇଥିଲା l କାର୍ଯ୍ୟକ୍ରମକୁ ଆକାଶ ବାଣୀ ଜୟପୁର ଉଦଘୋଷକ ଜୟନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ l କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲା l ଆଗାମୀ ଦିନରେ ସମସ୍ତ ବ୍ଲକରେ ଚାଲିବ ବୋଲି ସୁଚନା ଦେଇଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ୪୫୦୦ ରୁ ୫ ହଜାର ଲୋକଙ୍କ ଉପସ୍ଥିତି ଥିବା ବି ଡି ଓ ଶ୍ରୀ ତାଣ୍ଡି ସୁଚନା ଦେଇଛନ୍ତି l
(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଖବର)