ଅତାବିରା ବ୍ଲକ୍ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ
ସୁରେନ୍ଦ୍ର କଠାର,ବରଗଡ
ଅଦ୍ୟ ତା ୦୩-୧୨-୨୦୨୫ ରିଖ ଅତାବିରା ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ବ୍ଲକ୍ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିଥି ରୂପେ ଏ.ବି.ଇ.ଓ. କାର୍ତ୍ତିକ ବାଗ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ବି.ଆର୍.ଟି. ବଳରାମ ନାଗ ଏବଂ ବନ୍ଧପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡାକ୍ତର ବିଶି ମଞ୍ଚାସିନ ଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ବି.ଆର୍.ଟି ସାଇସୁଧା ପାଢ଼ୀ । ଏହି ଅବସରରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟର ଭିନକ୍ଷମ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସର୍ବକନିଷ୍ଠ ,କନିଷ୍ଠ ଓ ବରିଷ୍ଠ ବିଭାଗରେ ଚିତ୍ରାଙ୍କନ, ସଙ୍ଗୀତ, ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ବ୍ଲକର ସମସ୍ତ ସି.ଆର୍.ସି.ସି. । ମଞ୍ଚ ପରିଚାଳନା କରିଥିଲେ ସି.ଆର୍.ସି.ସି ରଶ୍ମିରାଣୀ ନନ୍ଦ ଏବଂ କେଶବ ଛନ୍ଦ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏ.ବି.ଡି.ଓ. ଗୀରିନ୍ଦ୍ର ସାହୁ ,ସମ୍ମାନିତ ଅତିଥି ରୂପେ ବ୍ଲକ୍ ସ୍ୱାସ୍ଥ୍ୟ ଅଧିକାରୀ ରବି ନାରାୟଣ ମିଶ୍ର ଯୋଗଦାନ କରିଥିଲେ । ଏହି ଅବସରରେ ବ୍ଳକ ରେ କାର୍ଯ୍ୟରତ ସମସ୍ତ ଭିନ୍ନକ୍ଷମ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମୋମେଣ୍ଟୋ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ଅନ୍ତର୍ନୀବେଶୀ ସ୍ୱେଚ୍ଛାସେବୀ ଲକ୍ଷ୍ମୀ ନାରାୟଣ ପାତ୍ର, ଶାନ୍ତାନୁ ଧରୁଆ, ମୀନା ତାଣ୍ଡି ଓ ରୋଜି ବାରିକ ପ୍ରମୁଖ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ସି.ଆର୍.ସି. ନୃପ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।
