June 18, 2026

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ..

IMG-20251203-WA0040
Share

 

ପାରଳାଖେମୁଣ୍ଡି,ତା.୦୩.୧୨.୨୦୨୫

 

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସକାଳ ୮ ଘଟିକା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦିବ୍ୟଙ୍ଗ ବ୍ୟକ୍ତି,ବରିଷ୍ଠ ନାଗରିକ, ଦିବ୍ୟଙ୍ଗଙ୍କ ନିମନ୍ତେ କାମ କରୁଥିବା ଅଣ ସରକାରୀ ସଂସ୍ଥା ର କର୍ମକର୍ତ୍ତା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କିନ୍ନର ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଗହଣରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ପଦଯାତ୍ରାକୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନନାଗ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ରେ ଶେଷ ହୋଇଥିଲା। ପଦ ଯାତ୍ରାରେ ପାରଳା ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହାପରେ ଉପସ୍ଥିତ ସମସ୍ତଙ୍କର ପଞ୍ଜୀକରଣ କରାଯାଇ ଏକ ସାଧାରଣ ସଭା ଆୟୋଜନ ହୋଇଯାଇଛି।ଉକ୍ତ ସଭାରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧକ୍ଷାତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପୃଥ୍ଵୀରାଜ ମଣ୍ଡଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ,ଗଜପତି, ଶ୍ରୀଯୁକ୍ତ ଅନୁପ ପଣ୍ଡା, ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି, ଡ଼ାକ୍ତର ମହମ୍ମଦ ମୁବାରକ ଅଲ୍ଲୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ , ଶ୍ରୀଯୁକ୍ତ ସନ୍ତୋଷ ରଇତ,ସଭ୍ୟ, ସମର୍ଥ ଭିନ୍ନକ୍ଷମ ସଂସ୍ଥା ପାରଳାଖେମୁଣ୍ଡି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି ଓ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ।

ଜିଲ୍ଲାର ଦିବ୍ୟଙ୍ଗ ମାନଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତି ଯଥା ଶ୍ରୀ ଜିତୁ ଶବର,ରାୟଗଡ଼ ବ୍ଲକ, ଶ୍ରୀ ଜିଖରିଅ ରଇତ,ନୂଆଗଡ ବ୍ଲକ, ଶ୍ରୀମତୀ ଟୁନି ଦୋରା,କାଶିନଗର ବ୍ଲକ ଓ ଶ୍ରୀ ଗୌତମ ରଇତ,ଗୁମ୍ମା ବ୍ଲକ ରଇତଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜିଲ୍ଲାର ପାଞ୍ଚ ଜଣ ଦମ୍ପତିଙ୍କୁ ବୈବାହିକ ବାବଦକୁ ୨ଲକ୍ଷ ୫୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି, ପାଞ୍ଚ ଜଣଙ୍କୁ ନୂତନ ଭିନ୍ନକ୍ଷମ ଭତ୍ତା,ଦୁଇ ଜଣଙ୍କୁ ହୁଇଲ ଚେୟାର ଓ ଜଣ ଦିବ୍ୟଙ୍ଗଙ୍କ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଶିକ୍ଷା ବୃତ୍ତି ପ୍ରଦାନ କରାଯାଇଥିଲା। ସେହିପରି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମାନଙ୍କ ମଧ୍ୟରେ ସାଧାରଣ ବର୍ଗ ଏବଂ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ପୃଥକ ଭାବେ ପ୍ରବନ୍ଧ ଓ ବକ୍ତ୍ରତା ପ୍ରତିଯୋଗିତା ଓ ସ୍ଵତନ୍ତ୍ର ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମୁକ ଓ ବଧିର ବିଦ୍ୟାଳୟ, ମୋହନା ଏବଂ କ୍ରେଡିଟ ମୁକ ଓ ମାନସିକ ଅନଗ୍ରସର ବିଦ୍ୟାଳୟ, ଯୋଡ଼ା ଆମ୍ବ ରେ ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା କଳା ପରିଷଦ,ପାରଳାଖେମୁଣ୍ଡି, ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର,ପାରଳାଖେମୁଣ୍ଡି, ବିଭିନ୍ନ ବେସରକାରୀ ଅନୁଷ୍ଠାନର ଦିବ୍ୟଙ୍ଗ ଓ କିନ୍ନର କଳାକାରଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଭା ଶେଷରେ ଶ୍ରୀ ଅରୁଣ କୁମାର ଉଦୟଭାନୁ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ,ରା.ଉଦୟଗିରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଚାରି ଶହ ରୁ ଉର୍ଦ୍ଧ ଜଣ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

You may have missed