April 25, 2026

ଗଞ୍ଜେଇ ଅଭିଯୁକ୍ତକୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କଲେ କୋର୍ଟ

IMG-20251203-WA0033
Share

 

ମୋହନା–ଗଞ୍ଜେଇ ଚୋରା ଚାଲାଣ ବେଳେ ଆନ୍ଧ୍ରପ୍ରଦେଶ ପୁଲିସ ଦ୍ୱାରା ଧରାପଡ଼ି ଜେଲ ଯାଇ ବେଲରେ ଆସି ପରମୂହୁର୍ତ୍ତରେ କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ଵେ ହାଜର ନ ହେବା କାରଣରୁ ଆସାମୀକୁ ଆନ୍ଧ୍ର ପ୍ରଦେଶର ଏକ କୋର୍ଟ ପଳାତକ ଘୋଷଣା କରିବା ସହିତ ତାଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରୀ କରିଛନ୍ତି।ପୁଲିସର ସୂଚ଼ନା ମୁତାବକ ଅଡ଼ବା ଥାନା ଅନ୍ତର୍ଗତ ଅଡ଼ବା ଗ୍ରାମର ଦଣ୍ଡପାଣି ନାୟକଙ୍କ ପୁଅ ମହେଶ୍ଵର ନାୟକ(୨୫)୨୦୧୬ମସିହାରେ ଗଞ୍ଜେଇ ବିକ୍ରୀ କରିବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ପାର୍ବତୀପୁରମ ଟାଉନ ଥାନା ପୁଲିସ ଦ୍ବାରା ଧରା ପଡ଼ି ଗିରଫ ହୋଇ ଜେଲ ଯାଇଥିଲେ। ଜେଲରେ କିଛି ବର୍ଷ ରହିବା ପରେ ଗତ ତିନି ବର୍ଷ ହେବ ବେଲରେ ଆସିଥିଲେ। କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସେ କୋର୍ଟରେ ହାଜର ନ ହେବାରୁ ମାନ୍ୟବର କୋର୍ଟ ମହେଶ୍ୱରକୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରୀ କରିଛନ୍ତି। ପାର୍ବତୀପୁରମ ଥାନା କେଶ୍ ନମ୍ବର ୧୬୯/୨୦୨୧୬ରେ ମହେଶ୍ୱର ୮(ସି), ଆର.ଡବ୍ଳୁ୨୦(ବି)(ଆଇଆଇ)ଏନଡିପିଏସ୍ ଆକ୍ଟଅନୁସାରେ ତା ନାମରେ ମାମଲା ରୁଜ୍ଜୁ ହୋଇଥିଲା।ଏହି ବ୍ୟକ୍ତିକୁ ଯେ କେହି ଦେଖନ୍ତି ତେବେ ଇନ୍ସପେକ୍ଟର ଇନ୍ ଚାର୍ଜ ପାର୍ବତୀପୁରମ ଟାଉନ ଥାନା ଫୋନ ନମ୍ୱର୍ ୯୧୨୧୧୦୯୪୬୭ ବା ସବଇନ୍ସପେକ୍ଟର ଟାଉନ ଥାନା ପାର୍ବତୀପୁରମ ୮୩୪୧୫୧୭୪୩୨ରେ ଜଣାଇବାକୁ ଥାନା ପକ୍ଷରୁ ଅନୁରୋଧ କରାଯାଇଛି।