April 26, 2026

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମତବାଜ ରେ ପିଲିଥିନ ମୁକ୍ତ ଆଲୋଚନାଚକ୍ର ଅନୁଷ୍ଠିତ।

IMG-20231203-WA0038
Share

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମତବାଜ ରେ ପିଲିଥିନ ମୁକ୍ତ ଆଲୋଚନାଚକ୍ର ଅନୁଷ୍ଠିତ।

 

ହାଟଡିହି, ରବିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,କାଙ୍ଗାଳି ବିହାର ,ମତାବାଜ ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟରେ ପଲିଥିନକୁ ବ୍ୟବହାର ନକରିବା ନିମନ୍ତେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଲୟର ଅଭିଭାବକ, ଅଭିଭାବିକା ଓ ଗୁରୁଜୀ ଗୁରୁମା ମାନେ ଯୋଗ ଦେଇଥିଲେ l ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସେନାପତି, ଉପ-ସଭାପତି ଶ୍ରୀଯୁକ୍ତ ଜଗତଜୀବନ ପାଢି,ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସେନାପତି, ସହ ସମ୍ପାଦକ ଶ୍ରୀଯୁକ୍ତ ଗଦାଧର ନନ୍ଦ, କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ବିଜୟ କୁମାର ଶା, ଆଦି ଯୋଗଦେଇଥିଲେ। ସଭାପତି ମହୋଦୟ ପ୍ଲାଷ୍ଟିକ ର ଅପକାରିତ ବିଷୟରେ ସଚେତନ କରାଇଥିଲେ l ବିଦ୍ୟାଳୟ କୁ କିଭଳିଭାବରେ ପ୍ଲାଷ୍ଟିକ ମୁକ୍ତ କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଥିଲା l
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ