July 6, 2024

ଗଜପତି:- ବିକଳାଙ୍ଗ ଶିଶୁ ମାନଙ୍କ ନିମନ୍ତେ ଅର୍ଥୋସିସ ଏବଂ ସହାୟକ ଉପକରଣ ମାପ କରାଯିବା ଶିବିର କାର୍ଯ୍ୟକ୍ରମ ।

Share

ଗଜପତି:- ବିକଳାଙ୍ଗ ଶିଶୁ ମାନଙ୍କ ନିମନ୍ତେ ଅର୍ଥୋସିସ ଏବଂ ସହାୟକ ଉପକରଣ ମାପ କରାଯିବା ଶିବିର କାର୍ଯ୍ୟକ୍ରମ ।
———————————————-
ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ସମ୍ମିଳନୀ କକ୍ଷ ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସିସିଡ଼ି: ର ଆୟୋଜକ’ରେ ଏବଂ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ମିଳିତ ସହଯୋଗ’ରେ ଜିଲ୍ଲା’ର ବିକଳାଙ୍ଗ ଶିଶୁ ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ଅର୍ଥୋସିସ ଏବଂ ସହାୟକ ଉପକରଣ ବଣ୍ଟନ ପାଇଁ ସଠିକ୍ ମାପ ନେବା ଶିବିର କାର୍ଯ୍ୟକ୍ରମ ରାଜ୍ୟ ସରକାର’ଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ସହାୟତା’ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସଠିକ୍ ମାପ ନିଆ କାର୍ଯ୍ୟକ୍ରମ’ରେ ବ୍ରହ୍ମପୁର ସ୍ଥିତ ଓମ୍ ବିକଳାଙ୍ଗ କେନ୍ଦ୍ର’ର ଡ଼ାଃ ଚିନ୍ମୟ କୁମାର ସ୍ୱାଇଁ’ଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ’ରେ ଏକ ବିଶେଷଜ୍ଞ ଦଳ’ଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ ଅଞ୍ଚଳ’ରୁ ଆସିଥିବା ୨୧ ଜଣ ବିକଳାଙ୍ଗ ଶିଶୁ’ଙ୍କ ବିକଳାଙ୍ଗ ଗୋଡ଼-ହାତ’ର କୁତ୍ରିମ ସହାୟକ ଉପକରଣ ଦେବା ନିମନ୍ତେ ସଠିକ୍ ମାପ-ଜୁପ ନେଇଥିଲେ ଏବଂ ତାହା ଯେଭଳି ସେମାନଙ୍କ ଭବିଷ୍ୟତ ପାଇଁ ଫିଟ୍ ସୁନିଶ୍ଚିତ ହୋଇପାରିବ , ସେ ଦିଗରେ ବିଶେଷ ଗୁରୁତ୍ବ ଦିଆ ଯାଇଥିଲା ।
ଶିବିର କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ବିକଳାଙ୍ଗ ଶିଶୁ ମାନଙ୍କୁ ସେମାନଙ୍କ ଜନ୍ମ’ରୁ ବିକଳାଙ୍ଗ ହୋଇ ପଡିଥିବା ଅଙ୍ଗ ର କୁତ୍ରିମ୍ ଚାଳନ ପାଇଁ ସହାୟକ ଉପକରଣ ଯୋଗାଇ ଦେବା , ଯାହା ଦ୍ୱାରା କି ସେମାନେ ସେହି ସହାୟକ ଉପକରଣ ମାଧ୍ୟମରେ ହିଁ ଦୈନନ୍ଦିନ ଜୀବନରେ ସକ୍ଷମ ଭଳି ବ୍ୟବହାର ଉପଯୋଗୀ ହୋଇ ନିଜର ଭବିଷ୍ୟତ ଉନ୍ନତିରେ କିଛିଟା ସହାୟକ ହୋଇ ପାରିବେ ବୋଲି କୁହାଯାଇଛି ।
ସମସ୍ତ କାର୍ଯ୍ୟକ୍ରମ ସି ସି ଡ଼ି ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା’ରେ ସମର୍ଥ ଅନୁଷ୍ଠାନ’ର ସଭାପତି ଶ୍ରୀ ନିରଂଜନ ବେହେରା , ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା , ଫିଜୋଥେରାପିଷ୍ଟ ସରୋଜିନୀ ରଇତ, କେଦାର ପାଣିଗ୍ରାହୀ ଏବଂ ଓମ୍ ବିକଳାଙ୍ଗ କେନ୍ଦ୍ର’ର ସହଯୋଗୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।
———————————————– ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
————————————————

You may have missed