April 26, 2026

ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡର ବିଭିନ୍ନ ଅଂଚଳରେ କ୍ଷୟକ୍ଷତି ଘଟିଥିବା ପ୍ରଶାସନର ନଜରକୁ ଆସିବା ତକ୍ଷଣେ ବର୍ଷା ଚାଲିଥିବା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ

IMG-20251003-WA0032
Share

      ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡର ବିଭିନ୍ନ ଅଂଚଳରେ କ୍ଷୟକ୍ଷତି ଘଟିଥିବା ପ୍ରଶାସନର ନଜରକୁ ଆସିବା ତକ୍ଷଣେ ବର୍ଷା ଚାଲିଥିବା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । ଆଜି ରାୟଗଡ ଜିଲ୍ଲାପାଳ କ୍ଷୟକ୍ଷତି ଘଟିଥିବା ଅଞ୍ଚଳ ଗସ୍ତ କରିଥିଲେ । ଜିଲ୍ଲାପାଳ, ରାୟଗଡ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅତ୍ୟାଧୁନିକ ପଦ୍ଧତି ବ୍ୟବହାର କରି ଡ୍ରନ ମାଧ୍ୟମରେ କ୍ଷୟକ୍ଷତିର ଆକଳନ ଚାଲିଛି । କ୍ଷୟକ୍ଷତି ଘଟିଥିବା ଅଞ୍ଚଳରେ ତୁରନ୍ତ ଆକଳନ କରିବା ଏହା ପ୍ରଥମ ଅଟେ । ଧାନ, କଦଳୀ, କପା ଆଦି ଚାଷ ସହ ରାସ୍ତା, ଘର, ବିଦ୍ୟାଳୟ ପାଚେରୀ ନଷ୍ଟର ଆକଳନ କରାଯାଉଛି ।

ଆଜିର ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପ ଜିଲ୍ଲାପାଳ ଗୁଣପୁର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦର, ଅତିରିକ୍ତ ତହସିଲଦାର ଗୟା ଡମ୍ବରୁଧର ବେହେରା, ରେଞ୍ଜର ଗଙ୍ଗାଧର ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ବ୍ଲକ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।