June 13, 2026

ଲଘୁଚାପ ଜନିତ ବର୍ଷା: ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଯାତାୟତ ଠପ୍‌

IMG-20251003-WA0000
Share

 

ପାରାଖେମୁଣ୍ଡି: ତାଣ୍ଡବ ରଚୁଛି ପ୍ରକୃତି। ଉତ୍ତରାଖଣ୍ଡ ଭଳି ଦୃଶ୍ୟ ଗଜପତି ଜିଲ୍ଲାରେ ଦେଖିବାକୁ ମିଳୁଛି। ଲଘୁଚାପ ପ୍ରଭାବରେ ଲାଗିରହିଥିବା ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଫିକା ପଡିଛି ଦଶହରା।

 

 

ଅତ୍ୟାଧିକ ପରିମାଣର ବର୍ଷା ଫଳରେ ଫାହାଡ଼ ଉପରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏକାଧିକ ସ୍ଥାନରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇ ରହିଛି। ଗୁମ୍ମା, ଉଦୟଗିରି, ନୁଆଗଡ ବ୍ଳକରେ ବହୁ ଗାଁରେ ପାହାଡ଼ ପାଣି ଆସି ଗାଁରେ ପଶିଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବର୍ଷା ଜଳ ବିପଦ ସଙ୍କେତ ଭାବେ ନାଳ ନଦୀ ଦେଇ ପ୍ରଭାବିତ ହୋଇଛି।

 

ତରଙ୍ଗଗଡ଼ା ପଞ୍ଚାୟତ ଆମ୍ବାଜିର ବ୍ରିଜ ଉପର ଦେଇ ପାଣି ପ୍ରଭାବିତ ହେବା ଯୋଗୁଁ ପାରତାଡ଼ା, ଖୁଲାବାଡ଼, ଆମ୍ବାଜିରି ଓ ବଡ଼ବାଡ଼ ଗ୍ରାମକୁ ଯାତାୟତ ବନ୍ଦ ରହିଥିବା ବେଳେ ଅଜୟଗଡ଼ ଠାରୁ ନାମନଗଡ଼ ଅଙ୍ଗେଇଡ଼ା ଛକ ମୁଖ୍ୟ ରାସ୍ତା ଉପରେ ତେନ୍ତୁଳି ଗଛ ପଡି ରାସ୍ତା ଅବରୋଧ ହୋଇଛି। ଚନ୍ଦନ ପ୍ଲାଟ ନାଳ ପାଣି ମୁଖ୍ୟ ରାସ୍ତା ଦେଇ ପ୍ରଭାବିତ କରୁଛି।

 

ଗୁମ୍ମା, ଉଦୟଗିରି, ନୁଆଗଡ ବ୍ଳକରେ ବହୁ ଗାଁରେ ପାହାଡ଼ ପାଣି ଆସି ଗାଁରେ ପଶିଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବର୍ଷା ଜଳ ବିପଦ ସଙ୍କେତ ଭାବେ ନାଳ ନଦୀ ଦେଇ ପ୍ରଭାବିତ ହୋଇଛି।

ସେହିପରି ଆଶ୍ରୟଗଡ଼ ଗୁଳିଜାଙ୍ଗ ବ୍ରିଜ ନାଳ ବିପଦ ସଙ୍କେତ ଦେଇ ପାଣି ପ୍ରଭାବିତ ହୋଇଛି। ଗୁମ୍ମା ଅଗ୍ନିଶମ ଅଧିକାରୀ ପହଞ୍ଚି ରାସ୍ତାରୁ ଗଛ କାଟିବା ପରେ ଯାତାୟତ ସ୍ୱାଭାବିକ ହୋଇଛି। ସେହିପରି ଗୁମ୍ମା ସୁଣ୍ଡି ସାହି ଓ ବସ ଷ୍ଟାଣ୍ଡ ଛକ ନିକଟରେ ପାହାଡ଼ ପାଣି ରାସ୍ତା ଉପର ଦେଇ ବିଭିନ୍ନ ଦୋକାନ ଘର ଭିତରେ ପଶିଯାଇ ଆବଶ୍ୟକ ଚାଉଳ, ତେଲ, ଡ଼ାଲି ଓ ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି। ସେହିପରି ସନ୍ଧ୍ୟା ସୁଦ୍ଧା ବର୍ଷା ଲାଗି ରହିଥିବା ବେଳେ ତଳିଆ ଜମି ଉପରେ ପାଣି ଭର୍ତ୍ତି ହୋଇଥିବା ଚାଷୀଙ୍କ ଅମଳ ଧାନ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି।

You may have missed