ହାଇହ୍ୱା ସହ କାର ମୁହାଁମୁହିଁ ଧୋକ୍କା, କାର ଡ୍ରାଇଭର ଫେରାର

IMG-20231003-WA0016
Share

ହାଇହ୍ୱା ସହ କାର ମୁହାଁମୁହିଁ ଧୋକ୍କା, କାର ଡ୍ରାଇଭର ଫେରାର

 

ରାମନାଗୁଡା. ରାୟଗଡା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଳୁପାଇ ଗ୍ରାମ ନିକଟରେ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିଷମ କଟକରୁ ହାଇହ୍ୱା ଓଡ଼ି ୧୮ ଏଫ ୫୪୨୫ ନମ୍ବର ବିଶିଷ୍ଟ ବାହାରି ଗୁମୁଡା ଅଭିମୁଖେ ବାଲି ବୋଝେଇ କରି ନେବା ନିମନ୍ତେ ଯାଉଥିବା ବେଳେ ମୋହନା ଠାରୁ ଓଡ଼ି ୦୭ଇ ୩୩୯୯ ନମ୍ବର ବିଶିଷ୍ଟ କାରଟି ରାୟଗଡା ଅଭିମୁଖେ ଯିବା ବେଳେ ପାଳୁପାଇ ଶିବ ମନ୍ଦିର ନିକଟରେ ମୁହାଁମୁହିଁ ଧୋକ୍କା ହେବା ଫଳରେ କାର ଟି ର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି ।ଦୁର୍ଘଟଣା ଜନିତ ଖବର ପାଇ ରାମନାଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି ।

ରିପୋର୍ଟ ରାକେଶ କୁମାର ବେହେରା