ସାଇବର ଠକେଇ ରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପୋଲିସର ପ୍ରୟାସ —

IMG-20231003-WA0010
Share

ସାଇବର ଠକେଇ ରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପୋଲିସର ପ୍ରୟାସ —— ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମୋହନା ଥାନା ଅଂଚଳରେ ଦେଖିବାକୁ ମିଳୁଛି ସଚେତନତା ବାର୍ତ୍ତାର ବେନର ଓ ପୋଷ୍ଟର। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ଙ୍କୁ ଧରି ମୋହନା ଥାନା ଅଧୀନରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ସଚେତନତା ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ମୋହନା ବ୍ଲକର ଚାନ୍ଦିପୁଟ ଓ ମୋହନା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ମୋବାଇଲ୍ ଦ୍ଵାରା ଆସୁଥିବା ବିଭିନ୍ନ ବାର୍ତ୍ତା, ଧମକ ସହ ଲୋଭନୀୟ ମେସେଜ ରେ ସଂପୃକ୍ତି ନହେବାକୁ ବୁଝାଇଥିଲେ ଏବଂ ଆଇନର ଆଶ୍ରୟ ନେବାକୁ ଉପଦେଶ ଦେଇଥିଲେ। ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସ୍ଵତି ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ଚଳିତ ମାସ ସାତ ତାରିଖ ଠାରୁ ନଅ ତାରିଖ ପର୍ଯ୍ୟନ୍ତ ସାଇବର ରଥ ମୋହନା ଅଞ୍ଚଳରେ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ବୋଲି ଜଣାପଡିଛି।