April 30, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର ଓ ଧନ୍ୟବାଦ ସଭା*

IMG-20230903-WA0022
Share

*ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର ଓ ଧନ୍ୟବାଦ ସଭା*

ପାରଳାଖେମୁଣ୍ଡି, ଆଜି ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ କୃଷ୍ଣ ସାଗର ଡେମ ନିକଟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିର ଏକ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା । ପ୍ରକାଶ ଥାଉକି ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଗଜପତି ଜିଲ୍ଲାକୁ ଅଭିଯୋଗ ଶୁଣାଣି ନିମିତ୍ତ ଗତ ତା ୦୯.୦୫.୨୦୨୩ ଓ ତା.୧୦.୦୫.୨୦୨୩ ରିଖ ଦୁଇ ଦିନ ଧରି ଗସ୍ତରେ ଆସିଥିଲେ । ଏହି ସମୟରେ ସ୍ଥାନୀୟ ଜନସାଧାରଣ ଗଜପତି ଜିଲ୍ଲାର ମୁଖ୍ୟ ତିନୋଟି ଯଥା କୃଷ୍ଣ ସାଗର, ରାମ ସାଗର ଓ ଗଜପତି ସାଗର ର ପୁନଃ ଉଦ୍ଧାର ନିମନ୍ତେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏହି ଅଭିଯୋଗ ଶୁଣାଣିରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୃଷ୍ଣ ସାଗର ପାଇଁ ୩କୋଟି ୧୦ ଲକ୍ଷ ଟଙ୍କା, ରାମ ସାଗର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଓ ଗଜପତି ସାଗର ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିବାର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପି.ଜଗନ୍ନାଥ ସୂଚନା ପ୍ରଦାନ କରିଛନ୍ତି ।
ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ନିମିତ୍ତ ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଯୋଗଦେଇଥିଲେ । ନିମନ୍ତ୍ରିତ ଅଥିତି ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଏସ.ଲିଙ୍ଗରାଜୁ, ଗୋଷାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ୍. ବୀରାରାଜୁ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ବାଲା ରାଜୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କଳ୍ପନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ ଓ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ୱାଇ.ରାମଚନ୍ଦ୍ର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ା.ଗୁଣନିଧି ନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଅଭିଯୋଗର ସମଧାନ ନିମିତ୍ତ ଜିଲ୍ଲା ପ୍ରଶାସନ ତରଫରୁ ମାନନୀୟ ଜିଲ୍ଲାପାଳ ଅଭିଯୋଗ କାରୀଙ୍କୁ ତିନୋଟି ସାଗରର ଉନ୍ନତି ନିମିତ୍ତ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।