April 30, 2026

ଶାଳଣିଆ ମଣ୍ଡଳ ମତାବାଜ ଠାରେ ବିଜେପି ର ଗୁରୁତ୍ୱପୂର୍ଣ୍ଣ ବୈଠକ ।

IMG-20230903-WA0024
Share

ଶାଳଣିଆ ମଣ୍ଡଳ ମତାବାଜ ଠାରେ
ବିଜେପି ର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ହାଟଡିହି,୩/୯: ହାଟଡିହି ମତାବାଜ ଠାରେ ଶାଳଣିଆ ମଣ୍ଡଳ ବିଜେପି ର BLA 2 ମାନଙ୍କ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ବୈଠକରେ ଆନନ୍ଦପୁର ବିଜେପି ନେତା ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର,ମଣ୍ଡଳ ସଭାପତି ବଳଭଦ୍ର ବାରିକ ପ୍ରମୁଖ ଯୋଗଦେଇ ନୂତନ ଭୋଟର ଙ୍କ ନାମ ଭୋଟର ତାଲିକା ରେ ଯୋଡିବାର ଗୁରୁତ୍ୱ ଏବଂ ଏଥିରେ BLA ମାନଙ୍କ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଭୋଟର ସଚେତନତା ଅଭିଯାନ ମାଧ୍ୟମରେ ଭୋଟର ଙ୍କୁ ସଚେତନ କରିବା ର ଅଵଶ୍ୟକତା ଉପରେ ମଧ୍ୟ ଉପସ୍ଥିତ ନେତୃମଣ୍ଡଳୀ ଆଲୋଚନା କରିଥିଲେ। ବୈଠକରେ ସମସ୍ତ ବୁଥ ର ଛାମୁଆ କାର୍ଯ୍ୟକର୍ତ୍ତା ଯୋଗଦେଇ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ପାଇଁ ପ୍ରୟାସ କରିବାକୁ ମତବ୍ୟକ୍ତ କରିଥିଲେ। ଅଧର ବେହେରା, ଆଲୋକ ଦାସ, ରାମାକାନ୍ତ ପଢ଼ିଆରୀ, କୈଳାଶ ଜେନା, ଧନେଶ୍ୱର ରାଉତ, ବିଷ୍ଣୁ କାଣ୍ଡି, ଜଗନ୍ନାଥ ବାରିକ,ସୁଧାଂଶୁ ବେହେରା, ନାରାୟଣ ସ୍ୱାଇଁ,ବଳରାମ ସାହୁ, ରଘୁନାଥ ତରେଇ,ସନ୍ତୋଷ ତରେଇ,ରତ୍ନାକର ଜେନା, ଶ୍ରୀଧର ଜେନା, ଉମାକାନ୍ତ ବେହେରା, ସୁଶାନ୍ତ ଜେନା, ଜଗବନ୍ଧୁ ଜେନା, କାଳନ୍ଦୀଜେନା, ଶରତ ଜେନା, ସନାତନ ସଂଖୁଆ, ସୁରେଶ ରାଉତ,ମଙ୍ଗୁଳି ରାଉତ, , ରାମଚନ୍ଦ୍ର ପାତ୍ର, ପ୍ରଫୁଲ୍ଲ ସେନାପତି, ଅମୂଲ୍ୟ ରାଉତ,ଦଶରଥ ବେହେରା, ନୃସିଂହ ଚରଣ ପାଢ଼ୀ, ଅଜିତ ସାହୁଂ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ