September 29, 2024

ଗଜପତି:- ଜିଲ୍ଲାସ୍ତରୀୟ  ସଂସ୍କୃତ ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ।

Share

ଗଜପତି:- ଜିଲ୍ଲାସ୍ତରୀୟ  ସଂସ୍କୃତ ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ।
———————————————–   ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ’ର ସଭାଗୃହ ଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଓଡ଼ିଶା ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷ’ରୁ ଜିଲ୍ଲା ସ୍ତରୀୟ ସଂସ୍କୃତ ଶିକ୍ଷକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀ’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ’କୁ ଜିଲ୍ଲା ସଂଘ’ର ସଂଗଠନ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର କର ସଂଯୋଜନା କରିଥିଲେ ।
ମୁଖ୍ୟଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ’ର ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ ବିଘ୍ନେଶ୍ୱର ମିଶ୍ର ଯୋଗଦେଇ ସଂସ୍କୃତ ଭାଷା’ର ମହତ୍ତ୍ଵ ଉପରେ କହି ଏହା ଏକ ଦେବଭାଷା ତଥା ଦେବତା ମାନଙ୍କ ଭାଷା , ହେଲେ ଏହି ଭାଷା ବର୍ତ୍ତମାନ ଏକ ଅବହେଳିତ ମଧ୍ୟଦେଇ ଗତି କରୁଛି  ତେଣୁ ଏହି ଭାଷା’ର ସୁଦୁରପ୍ରସାରି ପାଇଁ ସମୀକ୍ଷା ଓ ଗବେଷଣାର ଆବଶ୍ୟକତା ଉପରେ କହିଥିଲେ । ଅନ୍ୟପକ୍ଷ’ରେ ସଂସ୍କୃତ ବିଷୟ’ରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କିଭଳି ଅଧିକ ଆଗ୍ରହ ପ୍ରକାଶ କରିବେ , ସେ ଦିଗରେ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ରହିଥିବା ଗୁରୁଦାୟିତ୍ଵ ଉପରେ କହିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଦର୍ଶନ ତ୍ରିପାଠୀ , ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପଣ୍ଡିତ କୁମୁଦ ରଞ୍ଜନ ଦାସ , ପ୍ରାକ୍ତନ ଅଧ୍ୟାପକ ଶ୍ରୀ ବିଘ୍ନରାଜ ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦିବସ ପାଳନ’ର ତାତ୍ପର୍ଯ୍ୟ ଓ ସଂସ୍କୃତ ଭାଷା’ର ମହତ୍ୱ’ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନ କରି , ସାମ୍ପ୍ରତିକ ସ୍ଥିତି’ରେ ସଂସ୍କୃତ ଭାଷା’ର ସୁରକ୍ଷା କରାଯିବା ସହ ସମ୍ମାନ ଦେବା ଓ ସଂସ୍କୃତ ଭାଷା’କୁ ଲୋକଙ୍କ ପାଖରେ ପହଞ୍ଚାଇ ଏ ବିଷୟ ଉପରେ ଆକୃଷ୍ଟ କରାଇବା ଉପରେ କହିଥିଲେ ।
ଜିଲ୍ଲା ସଂଘ୍ ସଭାପତି ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ସଂଘ’ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପଣ୍ଡିତ ଶୁଭାଶିଷ ପତି ସମସ୍ତ କାର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ ।
ଏହି ଅବସର’ରେ ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷୟତ୍ରୀ ସୁଜାତା ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ପରିବେଷଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା’ର ୫୦’ରୁ ଅଧିକ ଉଚ୍ଚ ବିଦ୍ୟାଳୟ’ର ୭୦’ରୁ ଅଧିକ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।
ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଶତପଥୀ ମଙ୍ଗଳା ଚରଣ ପାଠ କରିଥିବା ବେଳେ ଅଧ୍ୟାପକ ଶ୍ରୀ ଶୁଭାଶିଷ ପତି ଅତିଥି ମାନଙ୍କ ପରିଚୟ ପ୍ରଦାନ , ଶ୍ରୀ ରାଜେଶ ରଞ୍ଜନ ତ୍ରିପାଠୀ ସଂସ୍କୃତ କବିତା ପାଠ ଏବଂ ଶିକ୍ଷକ ଶ୍ରୀ ତ୍ରିପତି ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଶେଷରେ ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ତ୍ରିପାଠୀ ଶାନ୍ତିପାଠ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମ’କୁ ଶ୍ରୀ ଶୁଭାଶିଷ ପତି ଓ ଶ୍ରୀ ସୁକାନ୍ତ କର ପରିଚାଳନା କରିଥିବା ବେଳେ ଶ୍ରୀ ଗୌରୀ ଶଙ୍କର ମହାରଣା ଓ ଶ୍ରୀ ପରମେଶ୍ବର ନାୟକ ପ୍ରମୁଖ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-