August 3, 2026

ପୁରୀ ସଦର ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ର ସଘନ ପ୍ରକ୍ରିୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି

IMG-20260803-WA0060
Share

 

 

ଆଜି ତା୦୩.୦୮.୨୦୨୬ ରିଖ ଦିବା ଘ୧୧.୦୦ମି ସମୟରେ ପୁରୀ ବାଙ୍କୀମୁହାଣ ନିକଟସ୍ଥ ଜ଼ିଲ୍ଲା ସଂସ୍କୃତି ଭବନ ଠାରେ ବର୍ତମାନ ଚାଲିଥିବା ବିଶେଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବା ସ୍ବତନ୍ତ୍ର ସଘନ ପ୍ରକ୍ରିୟା ସମ୍ପର୍କିତ ଏକ ପ୍ରଶିକ୍ଷଣତ ଶିବିର ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବୂଥ ସ୍ତରୀୟ ପ୍ରତିନିଧି ମାନଙ୍କ ପାଇଁ ଆୟୋଜିତ ହୋଇଯାଇଛି । ଏବଂ କିପରି ଭାବେ ଆଗାମୀ ଦିନରେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବୁଥ ମଜବୁତ କରାଯିବ ସେଥିପାଇଁ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ପୁରୀ ସଦର ନିର୍ବାଚନ ମଣ୍ଡଳୀର ବି. ଏଲ. ଏ -1 (ସମସ୍ତ ବୂଥ ର ଅଧ୍ୟକ୍ଷ ) ତଥା ପୁରୀ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜେଶ କୁମାର ମିଶ୍ର ସଭାପତିତ୍ୱ କରିଥିଲେ. ଏଥିରେ ପ୍ରଦେଶ କଂଗ୍ରେସ ତରଫରୁ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ଶ୍ରୀ ସତ୍ୟବ୍ରତ ପାତ୍ର (ରମୁ ) ଯୋଗ ଦେଇ ବୂଥ ସ୍ତରରେ ଏହି ପ୍ରକ୍ରିୟା ରେ ସଜାଗ ହୋଇ ପ୍ରକୃତ ଭୋଟର ମାନଙ୍କ ଉପଯୁକ୍ତ ନାମ ପଞ୍ଜିକରଣ ପ୍ରକ୍ରିୟା ରେ ଜାଗ୍ରତ ପ୍ରହରୀ ହିସାବରେ ନିଜକୁ ନିୟୋଜିତ କରିବା ପାଇଁ ଗୁରୁତ୍ତ୍ୱଆରୋପ କରିଥିଲେ. ଏହି ପ୍ରଶିକ୍ଷଣ ଶିବିରରେ ଦଳ ତରଫରୁ ଜ଼ିଲ୍ଲା ଉପସଭାପତି (ସଂଗଠନ ) ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଏହି ପ୍ରକ୍ରିୟାର ବିଭିର୍ନ ଦିଗ ଏବଂ ଏହାର ସମାଧାନ ଉପରେ ସରକାରୀ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ତଥା ପୂର୍ବତନ ଜ଼ିଲ୍ଲା ସଭାପତି ଶ୍ରୀ ଉତ୍ତମ ଆଚାର୍ଯ୍ୟ ଏବଂ ଜୟନାରୟଣ ପଟନାୟକ, ନାରୀନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଜ଼ିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସରସ୍ବତୀ ପାତ୍ର, ପୁଷ୍କର ମହାପାତ୍ର, ପ୍ରେମାନନ୍ଦ ମହାନ୍ତି,ଉପସଭାପତି ଶ୍ରୀ ନିରଞ୍ଜନ ରଥ,ସୁଜିତ ମହାପାତ୍ର,ଉମାପଦ ମିଶ୍ର,ଅମରେନ୍ଦ୍ର ପାଇକରାୟ, ଉପସଭାପତି ବିଶ୍ୱରଂଜନ ସାମନ୍ତରାୟ,କୋଷାଧକ୍ଷ ଆର୍ତତ୍ରାଣ ସାହୁ ସସ୍ମିତା ସ୍ୱାଇଁ,ସାଧାରଣ ସମ୍ପାଦକ ଅଶ୍ୱିନୀ ବଳବନ୍ତରାୟ,ମୁଖପାତ୍ର ସ୍ୱାଧୀନ ପଣ୍ଡା,ବ୍ଲକ ସଭାପତି ବିଶ୍ୱରଂଜନ ମହାପାତ୍ର ଏବଂ କପିଳ ପ୍ରସାଦ ଷଡ଼ଙ୍ଗୀ, ସମ୍ପାଦକ ପ୍ରମୋଦ ପାଣ୍ଡୀ, ସୀତାକାନ୍ତ ମହାନ୍ତି,ଅମୀୟ ମହାପାତ୍ର, ଜ୍ୟୋତିରଞ୍ଜନ ମହାନ୍ତି, ଦେବାଶିଷ ଦଇତାପତି,ଅର୍ଜୁନ ସାହୁ, ରଜତ ସାହୁ, ପ୍ରକାଶ ପ୍ରଧାନ,ସୌମ୍ୟକାନ୍ତ ପ୍ରଧାନ,ଦୁର୍ଗା ସାମନ୍ତରାୟ,ରାଧାଶ୍ୟାମ ସାହୂ,ଉମାକାନ୍ତ ବେହେରା,ରସାନନ୍ଦ ବିଶୋଇ,ମମତା ସ୍ୱାଇଁ, ସଦାଶିବ ରାଉତ,ଆଶୁତୋଷ ମିଶ୍ର,ସୂର୍ଯ୍ୟ ପଣ୍ଡା,ଆଦର୍ଶ ମିଶ୍ର ଏବଂ ପୁରୀ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ବି. ଏଲ. ଏ -୨ ମାନେ ଯୋଗ ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ