April 28, 2026

ଉମରକୋଟ ଠାରେ ଡେଙ୍ଗୁ, ମ୍ୟାଲେରିଆ ଓ ଡ଼ାଇରିଆ ସଂପର୍କିତ ସ୍ୱାସ୍ଥ୍ୟ ସଚେତନ ଶିବିର…

IMG-20250803-WA0034
Share

 

 

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ଆଜି ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଳବ୍ ଆନୁକୁଲ୍ୟରେ ଡେଙ୍ଗୁ,ମ୍ୟାଲେରିଆ ଓ ଡାଇରିଆ ସଂପର୍କିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଇତ୍ୟବସରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ବୈଠକରେ ଅଧ୍ୟକ୍ଷା ଶ୍ରୀମତୀ ନମିତା ମହାପାତ୍ର ଅଧ୍ୟକ୍ଷତା କରିଥିଲେ ଏବଂ ଯୁବ ରେଡ୍ କ୍ରସ୍ ସଂଯୋଜକ ତଥା ଶାରୀରିକ କ୍ରୀଡ଼ା ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବରିଷ୍ଠ ଚିକିତ୍ସକ ଡାକ୍ତର ହିମାଂଶୁ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦାନ କରି ଡେଙ୍ଗୁ, ମ୍ୟାଲେରିଆ, ଜଣ୍ଡିସ୍ ଓ ଡାଇରିଆ ପରି ବିଶେଷ ଭାବେ ବର୍ଷା ଋତୁରେ ସଂକ୍ରମିତ ହେଉଥିବା ରୋଗ ଗୁଡ଼ିକର କାରଣ ଓ ନିରାକରଣ ତଥା ସତର୍କତା ସମ୍ବନ୍ଧରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷା ବିଭାଗର ଅଧ୍ୟାପକ ଅମରେଶ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ସମେତ ଅଧ୍ୟାପକ ଦିଲ୍ଲୀପ କୁମାର ରଥ, ଅଧ୍ୟାପିକା ସସ୍ମିତା ମାହୁକା,ଶ୍ରୀମତୀ ପ୍ରୀତିରେଖା ମହାନ୍ତି,ପୂଜା ମାହୁନ୍ତ,ସରୋଜ କୁମାର ମହାନ୍ତି , ଓମ୍ ପ୍ରକାଶ ପଟ୍ଟନାୟକ, ନରେଶ କୁମାର ପଟ୍ଟନାୟକ ଓ ମାଳତୀ ନାଏକ ପ୍ରମୂଖ ଉପସ୍ଥିିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।